ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ସାଉଥ ସୁପରଷ୍ଟାର

ମୁମ୍ବାଇ: ହାତକୁ ଦି ହାତ ହେଲେ ସାଉଥ ସୁପରଷ୍ଟାର ନୀତିନ୍ । ତାଙ୍କ ଦୀର୍ଘଦିନର ପ୍ରେମିକା ଶାଲିନୀ କାଣ୍ଡୁକୁରୀଙ୍କ ସେ ବିବାହ କରିଛନ୍ତି । ହାଇଦ୍ରାବାଦରେ ଉଭୟ ପରିବାର ଓ ସାଙ୍ଗସାଥିଙ୍କ ଉପସ୍ଥିତିରେ ଶାଲିନୀଙ୍କୁ ବିବାହ କରିଛନ୍ତି ନୀତିନ। ଏବେ ତାଙ୍କ ନିର୍ବନ୍ଧର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।ଚଳିତ ବର୍ଷ ଏପ୍ରିଲ ୧୬ରେ ଉଭୟଙ୍କ ବିବାହ ସ୍ଥିର ହୋଇଥିଲା । ତେବେ ଲକଡାଉନ୍ ସବୁ ବିଗାଡି ଦେଇଥିଲା । ତାଙ୍କର ଏହି ବିବାହ କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ ଅତିଥି ଓ କେତେକ ତେଲୁଗୁ ଫିଲ୍ମ ଷ୍ଟାର ଯୋଗ ଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *