ଜୀବିକା ଛଡ଼ାଇନେଲା ଲକଡାଉନ: ଆତ୍ମହତ୍ୟା କଲା ପୁରା ପରିବାର

ବେଙ୍ଗାଲୁରୁ: ସବୁଠି କରୋନା କହର । ସାରା ବିଶ୍ୱକୁ ଗ୍ରାସିବାକୁ ଅଗ୍ରସର ହେଲାଣି ଏହି ମହାମାରୀ। ଏହାର ବିସ୍ତାରରେ ସମାନ୍ୟ ଅଙ୍କୁଶ ଲଗାଇବା ପାଇଁ କେଉଁଠି ଲକଡାଉନ ତ କେଉଁଠି ଶଟଡାଉନ ଲାଗୁ କରାଯାଉଛି। ଏହି କରୋନା କଟକଣା ଯୋଗୁଁ ବହୁମାତ୍ରାରେ ପ୍ରବାବିତ ହେଉଛି ସାଧାରଣ ଲୋକଙ୍କ ଜୀବନ ଓ ବଳି ପଡୁଛି ଜୀବିକା। ବିଶେଷ କରି ମଧ୍ୟବିତ୍ତ ଓ ଶ୍ରମିକମାନେ ଗୁରୁତର ସଙ୍କଟମୟ ସ୍ଥିତିର ସମ୍ମୁଖୀନ ହେଉଛନ୍ତି।

ଏହି ଲକଡାଉନ କାହାର ଚାକିରି ନେଇଯାଉଛି ତ ଆଉ କାହାର ଜୀବିକା ଛଡ଼ା ନେଇଛି। ଏହି ସମୟରେ କର୍ଣ୍ଣାଟକାର ଧାରୱାଡ ଜିଲ୍ଲାରୁ ଆସିଛି ଏକ ଦୁଃଖଦ ଓ ଦୃଦୟ ବିଦାରକ ଘଟଣା ।

ସୂଚନା ଅନୁଯାୟୀ, ଲକଡାଉନ ଯୋଗୁଁ ଏହି ଅଞ୍ଚଳର ଜଣେ ବ୍ୟକ୍ତି ଚାକିରି ହରାଇ ଥିଲେ। ପରିବାର ପ୍ରତିପୋଷଣ କରିବାର ଏକମାତ୍ର ପନ୍ଥା ଚାକିରୀକୁ ହରାଇ ଭାଙ୍ଗିପଡିଲେ ସେ ଓ ତାଙ୍କ ପରିବାର। ଅନ୍ୟ କିଛି ଉପାୟ ନପାଇ ପୂରା ପରିବାର ସଦସ୍ୟଙ୍କ ସହ ମିଶି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ବାଛି ନେଇଛନ୍ତି ଉକ୍ତ ବ୍ୟକ୍ତି ଜଣଙ୍କ।

ପୁଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ପରିଚୟ ଏଯାଏଁ ମିଳିନାହିଁ। ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀ ଓ ଝିଅଙ୍କ ସହ ମିଶି ଆତ୍ମହତ୍ୟା କରିଛନ୍ତି। ସମସ୍ତଙ୍କ ମୃତଦେହ ଜବତ କରାଯାଇଛି।

ଅନ୍ୟପଟେ ବ୍ୟକ୍ତି ଜଣଙ୍କର ମୃତଦେହ ନିକଟରୁ ପୋଲିସକୁ ମିଳିଛି ଏକ ସୁଇସାଇଡ ନୋଟ୍‌। ଏଥିରେ ବ୍ୟକ୍ତି ଜଣଙ୍କ ନିଜ ମୃତ୍ୟୁର କାରଣ ଚାକିରୀ ହରାଇବା ବୋଲି ଉଲ୍ଲେଖ କରିଛନ୍ତି। ତଥାପି ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *