ଜାଣିଲେ ହେବେ ଆଶ୍ଚର୍ଯ୍ୟ: ଏହି ଗାଁରେ ଚାଷ କରାଯାଏ ବିଷାକ୍ତ ସାପ

ଭୁବନେଶ୍ୱର: ବଞ୍ଚିବା ପାଇଁ ରହିଛି ଖାଦ୍ୟର ଆବଶ୍ୟକତା ଓ ଖାଦ୍ୟ ଉତ୍ପାଦନର ମୂଳ ହେଉଛି ଚାଷ। ବଡି ବଗିଚା, ବିଲରେ ଧାନ, ଚାଉଳ,ଫସଲ, ଫଳ ଏବଂ ପନିପରିବା ଚାଷ ହେବା କଥା ଆପଣ ନିହାତି ଜାଣି ଥିବେ । କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁ ବିଷାକ୍ତ ସାପ ମଧ୍ୟ ଚାଷ କରାଯାଏ ତେବେ କଣ ଆପଣ ବିଶ୍ୱାସ କରିବେ? ଆଜି ଆମେ ଆପଣଙ୍କୁ ଜଣାଇବୁ ଏମିତି ଏକ ଗାଁ ସମ୍ପର୍କରେ ଯେଉଁଠି ଚାଷ ହୁଏ ବିଷାକ୍ତ ସାପ ।

ଚୀନରେ ରହିଛି ଏହି ଗ୍ରାମ । ଚୀନର ଏହି ଗାଁର ନାମ ହେଉଛି ଜିସିକିଆଓ। ଏହି ଗାଁର ଲୋକମାନେ ସାପ ଚାଷ ଉପରେ ନିର୍ଭରଶୀଳ ଅଟନ୍ତି। ଏହି ଗାଁର ଅଧିକାଂଶ ବ୍ୟକ୍ତି ଏହି ସାପ ଚାଷ କରି ନିଜ ଜୀବିକା ନିର୍ବାହ କରନ୍ତି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜିସିକିଆଓରେ ବିଭିନ୍ନ ପ୍ରକାରର ବିଷାକ୍ତ ସାପ ଦେଖିବାକୁ ମିଳେ। ଏହି ଚାଷରେ କିଙ୍ଗ କୋବ୍ରା, ଅଜଗର ସାପ ସମେତ ଅନେକ ବିଷାକ୍ତ ସାପ ଦେଖିବାକୁ ମିଳିଥାଏ ।

ଚୀନର ନାଗରିକ ମାନେ ସାପ ଖାଇବାକୁ ପସନ୍ଦ କରନ୍ତି । ସାପର ଶରୀରର ଅଙ୍ଗଗୁଡ଼ିକ ଔଷଧ ତିଆରିରେ ମଧ୍ୟ ବ୍ୟବହୃତ ହୁଏ।

ଏହି ଜିସିକିଆଓ ଗାଁରେ ପୂର୍ବରୁ ଚା, ଝୋଟ ଏବଂ କପା ଚାଷ କରାଯାଉଥିଲା, ମାତ୍ର ବର୍ତ୍ତମାନ ସାପ ଚାଷ ଏଠାକାର ଲୋକଙ୍କର ମୁଖ୍ୟ ଜୀବିକରେ ପରିଣତ ହୋଇଛି ।

Leave a Reply

Your email address will not be published. Required fields are marked *