କଥାକଥାରେ ଆପଣଙ୍କ ପିଲା ଚିଡି ଯାଉଛି କି? ଜାଣନ୍ତୁ କ’ଣ ହୋଇପାରେ ଏହାର କାରଣ

ଭୁବନେଶ୍ୱର: କେତେକ ପିଲାଙ୍କାଠାରେ ଚିଡଚିଡ଼ା ଗୁଣ ଦେଖିବାକୁ ମିଳେ । ବେଳେବେଳେ କିଛି ପିଲା କଥା କଥାକେ ଚିଡିଯାଆନ୍ତି । ସମୟକ୍ରମେ ଏହା ସେମାନଙ୍କର ଅଭ୍ୟାସରେ ପରିଣତ ହୋଇଥାଏ । ନିକଟରେ ଏ ସମ୍ପର୍କରେ ହୋଇଥିବା ଗବେଷଣାରୁ ଆମେରିକୀୟ ବିଶେଷଜ୍ଞ ମାନେ ଏକ ନୂଆ ତଥ୍ୟ ଖୋଜିପାଇଛନ୍ତି ।

ତଥ୍ୟ ଅନୁଯାୟୀ, ଜଣେ ପିଲା ଯଦି ସବୁବେଳେ ଚିଡିଚିଡ଼ା ହୁଏ, ତେବେ ତାହା ତା’ର ଏକ ମାନସିକ ସମସ୍ୟା ବୋଲି ଧରି ନିଆଯାଏ । ଏଭଳି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଲେ ତାହା ସଂପୃକ୍ତ ପିଲାର ମାନସିକ ସ୍ଥିତିକୁ ପ୍ରଭାବିତ କରିଥାଏ । ଆମେରିକାର ଚିକାଗୋସ୍ଥିତ ନର୍ଥୱେଷ୍ଟର୍ନ ୟୁନିଭର୍ସିଟିର ମାନସିକ ରୋଗ ବିଶେଷାଜ୍ଞମାନେ ଚିଡଚିଡ଼ା ଗୁଣ ପ୍ରକାଶ କରୁଥିବା ପିଲାଙ୍କ ମାନସିକ ସ୍ଥିତିକୁ ତନ୍ନତନ୍ନ ପରୀକ୍ଷା କରିଥିଲେ ।

ଯଦି ଜଣେ ପିଲାଠାରେ ବରମ୍ଭାର ଚିଡଚିଡ଼ା ସ୍ଵଭାବ ଦେଖାବାକୁ ମିଳେ ତେବେ ତାହାକୁ ମାନସିକ ରୋଗର ପ୍ରାରମ୍ଭିକ ଲକ୍ଷଣ ବୋଲି ଧରିନିଆଯାଏ ବୋଲି କହିଛନ୍ତି ବିଶେଷଜ୍ଞ । ଏଭଳି ସମସ୍ୟା ଦେଖାଦେଲେ ତୁରନ୍ତ ଅଭିଜ୍ଞ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଆବଶ୍ୟକ ବୋଲି ପ୍ରକାଶିତ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Leave a Reply

Your email address will not be published. Required fields are marked *