ବର୍ଷାଦିନେ ଏହିଭଳି ନିଅନ୍ତୁ ନିଜର ଯତ୍ନ

ଭୁବନେଶ୍ୱର: ଖରା ଦିନିଆ ଗରମରୁ ନିସ୍ତାର ଦେଇଥାଏ ବର୍ଷ। ବର୍ଷା ଆସିଲେ ଖାଲି ଆଶ୍ବସ୍ଥି ନୁହେଁ ତାସହ ଆସିଥାଏ ନାନାଦି ରୋଗ। ଏହି ଋତୁକୁ ସଙ୍କ୍ରମଣ ଋତୁ କହିଲେ ମଧ୍ୟ କୁହାଯାଏ। ଏହି ଦିନରେ ଲୋକମାନେ ଥଣ୍ଡା, ଜ୍ୱର ଆଦି ବିଭିନ୍ନ ରୋଗରେ ପୀଡିତ ହୋଇଥାନ୍ତି। ଆଉ ଏହି ମହାମାରୀ ସମୟରେ ନିଜକୁ ସତର୍କ ରଖିବା ନିହାତି ଆବଶ୍ୟକ।

ବର୍ଷାଦିନ ଆରମ୍ଭ ହୋଇଗଲାଣି। ଆମକୁ ଆରମ୍ଭରୁ ସଜାଗ୍ ହେବାକୁ ପଡିବ।

ବର୍ଷା ଦିନେ କିପରି ନିଜର ଯତ୍ନ ନେବେ ସେ ବିଷୟରେ ଜାଣି ରଖନ୍ତୁ କିଛି ଟିପ୍ସ …

ବର୍ଷାଦିନେ ସଫାସୁତୁରା ରହିବା ଉପରେ ଧ୍ୟାନ ଦିଅନ୍ତୁ। ଘରେ ଥିବା ବେସିନ୍‌ ସବୁବେଳେ ସଫା ସୁତୁରା ରଖନ୍ତୁ। ଏଥିରେ ଯେପରି ଖରା ପଡ଼ିବ ଓ ଏହା ଯେମିତି ସବୁବେଳେ ଶୁଖିଲା ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

ଆପଣ ବର୍ଷାଦିନେ ଓଦା ନ ହେବାକୁ ଚେଷ୍ଟା କରନ୍ତୁ। କାରଣ ମୁଣ୍ଡ ଓଦା ହେଲେ କେଶ ଶୁଖିବାରେ ଡେରି ହୋଇଥାଏ। ଏଥିପାଇଁ ଆମ ମୁଣ୍ଡ ବିନ୍ଧିଥାଏ।

ଦୀର୍ଘ ସମୟ ଧରି ଓଦା ହୋଇ ରହିଲେ ଏହା ବ୍ୟାକ୍ଟେରିଆଲ୍‌ ଇନ୍‌ଫେକ୍ସନ୍‌ କରାଇଥାଏ। ଆଉ ମୁଣ୍ଡ ଓଦା ହେଲେ ଆମକୁ ଶୀଘ୍ର ଥଣ୍ଡା ମଧ୍ୟ ହୁଏ।

ଏହି ମହାମାରୀ ସମୟରେ ଆବଶ୍ୟକ ନଥିଲେ ବାହାରକୁ ଯାଆନ୍ତୁ ନାହିଁ । ଯଦିବି ଯାଉଛନ୍ତି ତେବେ ପାଖରେ ସବୁବେଳେ ଛତା, ରେନ୍‌କୋଟ୍‌ ବା ରୁମାଲ୍‌ ରଖନ୍ତୁ। ବର୍ଷାରେ ବାହାରକୁ ଗଲେ ଆପଣ ଯଦି ଓଦା ହେଇ ଯାଉଛନ୍ତି ତାହାଲେ ସାଙ୍ଗେ ସାଙ୍ଗେ ରୁମାଲ୍‌ରେ ମୁଣ୍ଡକୁ ଭଲ ଭାବେ ପୋଛି ଦିଅନ୍ତୁ।

–ବର୍ଷାଦିନେ ଆଉ ଏକ ବଡ଼ ସମସ୍ୟା ହେଲା ଫଙ୍ଗଲ୍‌ ଇନ୍‌ଫେକ୍ସନ୍‌ ହେବା। ପାଦ ଓଦା ହେବା ଯୋଗୁ ନଖ ମୂଳ ଦରଜ ହୋଇଥାଏ। ଏଥିଯୋଗୁ ତ୍ୱଚା ନରମ ହୋଇ ଚମଡ଼ା ଛାଡ଼ିବା ସମସ୍ୟା ଦେଖାଦେଇଥାଏ। ଏଦିଗରେ ଦୃଷ୍ଟି ଦିଅନ୍ତୁ।

ବର୍ଷାଦିନେ ଖାଇବା ପିଇବା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଏହା ନଲେ ଆପଣ ଶୀଘ୍ର ରୋଗାଗ୍ରସ୍ତ ହୋଇପାରନ୍ତି। ଏଥିପାଇଁ ବର୍ଷା ଋତୁରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ। ତଟକା ପନିପରିବା ଗରମାଗରମ ଖାଇବା ଆବଶ୍ୟକ। ହଳଦୀ, ତୁଳସୀ, ଜାଇଫଳ, ଲବଙ୍ଗ ଆଦିର ବ୍ୟବହାର ମଧ୍ୟ ନିୟମିତ କରନ୍ତୁ।

Leave a Reply

Your email address will not be published. Required fields are marked *