ବିଦାୟ ବିଜୟ…

ଭୁବନେଶ୍ୱର: ଆରପାରିରେ ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ଆଜି ସନ୍ଧ୍ୟାରେ ଗୁରୁତର ହୋଇ ପଡିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୭୦ ବର୍ଷ ବୟସରେ ତାଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । 

ତାଙ୍କ ଅଭିନୟ ପାଇଁ ସେ ଚଳଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ତାଙ୍କ ବିୟୋଗରେ ଓଲିଉଡରେ ଏକ ଯୁଗର ଅବସାନ ଘଟିଛି ।

ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା, ଦିଲ୍ଲୀରୁ ପ୍ରଶିକ୍ଷଣପ୍ରାପ୍ତ ବିଜୟ ମହାନ୍ତି ୧୯୭୬ ମସିହାରେ ‘ନାଗଫାଶ’ ଚଳଚ୍ଚିତ୍ରରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଚିଲିକା ତୀରେ, ଛମାଣ ଆଠଗୁଣ୍ଠ, କାବେରୀ, ଡୋରା, କୋଟିଏ ମଣିଷ ଗୋଟିଏ ଜଗା, ପୁଅ ମୋର କଳାଠାକୁର, ଯାହାକୁ ରଖିବେ ଅନନ୍ତ, କି ହେବ ଶୁଆ ପୋଷିଲେ, ଆରତୀ, ସ୍ବପ୍ନ ସାଗର, ଦଣ୍ଡା ବାଳୁଙ୍ଗା, ଜଗା ହାତରେ ପଘା, ହାକିମ ବାବୁ, ମମତା ମାଗେ ମୁଲ, ଚକା ଭଉଁରୀ, ବାସନ୍ତୀ ଅପା, ଏଇତ ଦୁନିଆ, ତୁଣ୍ଡ ବାଇଦ, ସୁନା ଚଢେଇ, ପଞ୍ଜୁରୀ ଭିତରେ ଶାରୀ, ନାଗ ପଞ୍ଚମୀ, ଭୀଷ୍ମ ପ୍ରତିଜ୍ଞା, ସୁନା ପଞ୍ଜୁରୀ, ବୋଉ ଭଳି ଶତାଧିକ ଚଳଚ୍ଚିତ୍ରରେ ନିଜ ବଳିଷ୍ଠ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ମୋହିପାରିଥିଲେ ।

ନିଜର ବଳିଷ୍ଠ ଅଭିନୟ ଦ୍ୱାରା ଦର୍ଶକଙ୍କ ମନରେ ଏକ ଅଲିଭା ଛାପ ଛାଡି ଯାଇଛନ୍ତି ବିଜୟ ।

Leave a Reply

Your email address will not be published. Required fields are marked *