ପ୍ରେରଣାର ଉତ୍ସ: କୋଭିଡ ବିଜେତା ସୁରେନ୍ଦ୍ର-ସାବିତ୍ରୀ

କେନ୍ଦ୍ରାପଡା: ସାରା ବିଶ୍ବକୁ ଏବେ କରୋନା  ଭୟ।  କରୋନା ରାକ୍ଷସ ପ୍ରତିଦିନ ଗଡାଉଛି ହଜାର ହଜାର ମୁଣ୍ଡ।  ଭୟ, ଆଶଙ୍କାର ଏ ଅନ୍ଧକାର ଭିତରେ ପ୍ରେରଣାର ଉତ୍ସ ସାଜିଛନ୍ତି କେନ୍ଦ୍ରାପଡ଼ାର ୮୫ ବର୍ଷୀୟ ସୁରେନ୍ଦ୍ର ପତି ଓ ତାଙ୍କ ପତ୍ନୀ ୭୮ ବର୍ଷୀୟ ସାବିତ୍ରୀ । ପତି  ସୁରେନ୍ଦ୍ର କ୍ଯାନ୍ସରରେ ପୀଡିତ।  କରୋନା ସଂକ୍ରମିତ ବୋଲି ଚିହ୍ନଟ ହେଲେ । ପତ୍ନୀ ସାବିତ୍ରୀ ମଧ୍ୟ ପଜିଟିଭି୍ ବାହାରିଲେ । ଉଭୟ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଲେ।  ଅତ୍ଯଧିକ ବୟସ ସାଙ୍ଗକୁ କ୍ଯାନ୍ସର କରୋନା ଚିକିତ୍ସାରେ ବାଧା ଉପୁଜିବାର ଆଶଙ୍କା ଥିଲା।  ହେଲେ ହାର ମାନିନଥିଲେ ସୁରେନ୍ଦ୍ର ଓ ସାବିତ୍ରୀ।  ନିଜର ଦୃଢ଼ ମନୋବଳ ଯୋଗୁଁ କରୋନା ଭଳି ଭୟଙ୍କର ରୋଗ ବିରୋଧରେ ଏହି ବୟସରେ ବି ବିଜୟ ଲାଭ କରିଛନ୍ତି  । ସାଜିଛନ୍ତି ସମସ୍ତଙ୍କ ଲାଗି ଉଦାହରଣ  । କେନ୍ଦ୍ରାପଡା ଜିଲ୍ଲାପାଳ ଏ ସମ୍ପର୍କରେ ଏକ ଟ୍ବିଟ୍ କରି ସମସ୍ତଙ୍କୁ ଜଣାଇଛନ୍ତି । ଉଭୟ  ଏବେ କୋଭିଡ କେୟାର ସେଣ୍ଟରରୁ ଡିସ୍ଚାର୍ଜ ହୋଇ ଘରକୁ ଫେରିଛନ୍ତି । ସୁରେନ୍ଦ୍ର ଓ ସାବ୍ରିତୀଙ୍କୁ ନେଇ ସାରା ରାଜ୍ଯରେ ଚର୍ଚ୍ଚା । କରୋନାର ଅର୍ଥଯେ କେବଳ ମୃତ୍ୟୁ ନୁହେଁ କି ଭୟ ନୁହେଁ, ନିଜର ଦୃଢ଼  ଇଛାଶକ୍ତି ବଳରେ ବଡରୁ ବଡ ରୋଗକୁ ବି ପରାସ୍ତ କରାଯାଇପାରେ ବୋଲି ଏହି ଦମ୍ପତ୍ତି ପ୍ରମାଣିତ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାପାଳ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କରୋନା ଲ

Leave a Reply

Your email address will not be published. Required fields are marked *