ନ୍ୟୁମୋକୋକାଲ ପଲିସାକାରାଇଡ କଞ୍ଜୁଗେଟ ଭାକ୍ସିନ ବଜାରକୁ ଛାଡିବାକୁ ଡିସିଜିଆଇର ଅନୁମତି 

ସଂପୂର୍ଣ୍ଣ ସ୍ଵଦେଶୀ ଢାଞ୍ଚାରେ ପ୍ରସ୍ତୁତ ପଲିସାକାରାଇଡ କଞ୍ଜୁଗେଟ ଭାକ୍ସିନକୁ ଭାରତୀୟ ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶକ (ଡିସିଜିଆଇ) ଅନୁମତି ଦେଇଛନ୍ତି । ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଏହି ଟୀକା ପ୍ରସ୍ତୁତ କରିଛନ୍ତି । ଦେଶରେ ଏହି ଟୀକାର 3 ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପାଇଁ ସେରମ ଇଣ୍ଡିଆ ଲିମିଟେଡକୁ ଡିସିଜିଆଇ ଅନୁମତି ଦେଇଥିଲେ । ଏହି ପରୀକ୍ଷାଗୁଡ଼ିକ ଦେଶ ଭିତରେ କରାଯାଇଥିଲା ।ଏହାଛଡା କମ୍ପାନୀ ଭାରତ ବାହାରେ ଗାମ୍ବିଆ ଦେଶରେ ମଧ୍ୟ ଏହାର ପରୀକ୍ଷା କରିଛି ।

କମ୍ପାନୀ ଏହି ଔଷଧ ପ୍ରସ୍ତୁତ ପାଇଁ ଅନୁମତି ଲୋଡିଥିଲା । ଡିସିଜିଆଇ ପକ୍ଷରୁ ବିଭିନ୍ନ କ୍ଲିନିକାଲ ପରୀକ୍ଷଣର ସମୀକ୍ଷା ବିଶେଷଜ୍ଞ କମିଟି ଦ୍ଵାରା କରାଯାଇଥିଲା । ଏହାପରେ କମିଟି ଗତକାଲି (14.07.2020) ଏହାକୁ ବଜାରରେ ଉପଲବ୍ଧ କରାଇବା ପାଇଁ ଅନୁମତି ପ୍ରଦାନ କରିଥିଲେ । ନିମୋନିଆ କ୍ଷେତ୍ରରେ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହା ହେଉଛି ପ୍ରଥମ ଟୀକା । ପୂର୍ବରୁ ଏହି ଟୀକାଗୁଡିକୁ ବିଦେଶରୁ ଆମଦାନୀ କରିବାକୁ ପଡୁଥିଲା । ଶିଶୁମାନଙ୍କ ଠାରେ ଦେଖାଯାଉଥିବା ଭୟଙ୍କର ନିମୋନିଆ ପାଇଁ ଏହି ଟୀକା ବ୍ୟବହାର କରାଯାଇପାରିବ । ଇଣ୍ଟ୍ରାମସ୍କୁଲାର ପଦ୍ଧତିରେ ଏହି ଟୀକା ଦେବାକୁ ହେବ ।

Leave a Reply

Your email address will not be published. Required fields are marked *