ଉପ ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ସଚିନ ପାଇଲଟ୍

ରାଜସ୍ଥାନର ରାଜନୈତିକ ସଂକଟ ନୂଆ ମୋଡ ନେଇଛି। କଂଗ୍ରେସ ଓ ସଚିନ ପାଇଲଟଙ୍କ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦରୁ ବରଖାସ୍ତ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

କେବଳ ସଚିନ ନୁହେ ତାଙ୍କ ସହ ବିଶ୍ୱେନ୍ଦ୍ର ସିଂହ ରମେଣ ମିଣାଙ୍କୁ ମଧ୍ୟ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଛି ।

ସଚିନ ପାଇଲଟଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯିବା ପରେ ରାଜ୍ୟ ବିଜେପି ପକ୍ଷରୁ ବୈଠକ ଡକା ଯାଇଛି । ବୈଠକରେ ଆଗାମୀ ରଣନୀତି ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ସତିଶ ପୁନିଆ, ବିରୋଧୀ ଦଳ ନେତା ଗୁଲାବଚନ୍ଦ କଟାରିଆ,ବିରୋଧୀ ଦଳ ଉପନେତା ଚନ୍ଦ୍ରଶେଖର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *