କରୋନା ପଜିଟିଭ ଚିହ୍ନଟ ହେଲେ ବଲିଉଡର ଲୋକପ୍ରିୟ ଅଭିନେତା କିରଣ କୁମାର

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା କିରଣ କୁମାର (୭୪) କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସେ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି | କିରଣ କୁମାର କହିଛନ୍ତି, “ମେ ୧୪ ରେ ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଥିଲି । ଣ ସେତେବେଳେ ନା ବର୍ତ୍ତମାନ ମୋ ଦେହରେ କରୋନାର କୌଣସି ଲକ୍ଷଣ ଦେଖାଯାଉନାହିଁ ।ନା ଜର ନା କାଶ । ମୁଁ ଘରେ ଭଲରେ ଅଛି। ଏବଂ ନିଜ କାମ ନିଜେ ସମ୍ପାଦନା କରୁଥିବା” ପିଟିଆଇକୁ କହିଛନ୍ତି। ଏହି ଅଭିନେତା ଏହା ମଧ୍ୟ କହିଛନ୍ତି ଯେ “ମୁଁ ୧୦ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ମଧ୍ୟ ମୋ ଠାରେ କୌଣସି ଲକ୍ଷଣ ଦେଖା ଯାଉ ନାହିଁ। ଆଉ ୨ ରୁ ୩ ଦିନ ମଧ୍ୟରେ ମୋର ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ହେବ” ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *