ମୟୂର ପୁଚ୍ଛର ମାହାତ୍ମ୍ୟ

ଭଗବାନ ଶ୍ରୀକୃଷ୍ଣଙ୍କ ସବୁଠୁ ପ୍ରିୟ ମୟୂର ପୁଚ୍ଛ। ଏହା ଦେଖିବାକୁ ଯେମିତି ସୁନ୍ଦର, ମାହାତ୍ମ୍ୟ ମଧ୍ୟ ସେତିକି । ଆସନ୍ତୁ ଜାଣିବା ଏହି ମୟୂର ପୁଚ୍ଛର ମାହାତ୍ମ୍ୟ ବିଷୟରେ…

ଘରର ମୁଖ୍ୟ ଦ୍ୱାରରେ ୩ଟି ମୟୂର ପୁଚ୍ଛ ଲଗାଇ ‘ଓଁ ଦ୍ୱାରପାଳାୟ ନମଃ ଜାଗ୍ରୟ ସ୍ଥାପୟୌ ଶ୍ୱାହା’ ମନ୍ତ୍ର ଲେଖନ୍ତୁ ଏବଂ ତଳେ ଗଣେଶଙ୍କ ମୂର୍ତ୍ତି ଲଗାନ୍ତୁ । ଏହାଦ୍ୱାରା ଶୁଭ ଫଳ ମିଳିବା ସହ ନକାରତ୍ମକ ଶକ୍ତି ଏବଂ ଜୀବଜନ୍ତୁ ଘରେ ପ୍ରବେଶ କରନ୍ତି ନାହିଁ ।

କୌଣସି ଏକ ମନ୍ଦିରରେ ମୟୂର ପୁଚ୍ଛ ରାଧା କୃଷ୍ଣଙ୍କ ମୁକୁଟରେ ଲଗାନ୍ତୁ ଏବଂ ଏହାର ୪୦ ଦିନ ପରେ ଏହାକୁ ଆଣି ନିଜ ଟ୍ରେଜେରିରେ ରଖନ୍ତୁ । ଦେଖିବେ ଆପଙ୍କର ଆର୍ଥିକ ସମସ୍ୟା ଧୀରେଧିରେ ଦୂର ହେବାକୁ ଲାଗିବ।

ମୟୂର ପୁଚ୍ଛକୁ ଏକ ରୂପା ତାବିଜରେ ପୁରାଇ ନବଜାତ ଶିଶୁକୁ ପପିନ୍ଧାଇ ଦିଅନ୍ତୁ । ଯଦି ଆପଣଙ୍କର ପିଲା ବହୁତ କାନ୍ଦୁଛି, ଚିଡ଼ୁଛି କିମ୍ବା ଜିଦଖୋର ହେଉଛି, ତେବେ ଛାତର ପଙ୍ଖାରେ ମୟୂର ପୁଚ୍ଛ ଲଗାନ୍ତୁ ଫଳରେ ପିଲାର ଜିଦ୍ କମିଯିବ ବୋଲି ବିଶ୍ୱାସ ରହିଛି ।

ମୟୂର ପୁଚ୍ଛରେ ହନୁମାନଙ୍କ ମଥାର ସିନ୍ଦୁର, ମଙ୍ଗଳବାର ଏବଂ ଶନିବାର ଦିନ ତାଙ୍କ ନାଁ ନେଇ ଲଗାନ୍ତୁ ଏବଂ ତାପରଦିନ ସକାଳେ ମୁହଁ ନ ଧୋଇ ତାହାକୁ ଚଲାପାଣିରେ ପାଣିରେ ଭସାଇ, ଧୋଇ ଦିଅନ୍ତୁ | ଦେଖିବ ଆପଣଙ୍କ ଶତ୍ରୁମାନେ ଆପଣଙ୍କ ଠାରୁ ଦୂରେଇ ଯିବେ ।

Leave a Reply

Your email address will not be published. Required fields are marked *