କରୋନା କବଳରେ ବଲିଉଡର ଆଉ ଏକ ପରିବାର

ମୁମ୍ବାଇ: ଗତକାଲି ବଚ୍ଚନ ପରିବାରର ବାପ-ପୁଅ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ବଲିଉଡର ଆଉ ଆଉ ଏକ ପରିବାରକୁ କରୋନା କବଳିତ କରିଥିବା ସୂଚନା ମିଳିଛି ।

ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେରଙ୍କ ପରିବାରରେ ପ୍ରବେଶ କରିଛି କରୋନା । ଅନୁପମଙ୍କ ମାଆ, ଭାଇଙ୍କ ସମେତ ପରିବାରର ଚାରି ଜଣଙ୍କର ରିପୋର୍ଟ କୋଭିଡ୍ ପଜିଟିଭ ଆସିଛି । ଏନେଇ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ଅନୁପମ ।

ମାଆ ଦୁଲାରି, ଭାଇ ରାଜୁ, ଭାଉଜ ରିମା ଓ ଝିଆରୀ ବ୍ରିନ୍ଦା କରୋନା ସଂକ୍ରମିତ ହୋଇଥିବା ଅନୁପମ ଲେଖିଛନ୍ତି । କିନ୍ତୁ ଅନୁପମଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଥିବା ସେ ନିଜେ କହିଛନ୍ତି । ପରିବାର ସଦସ୍ୟଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ସମସ୍ତଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେଇଥିବା ବେଳେ ତାଙ୍କ ମାଆଙ୍କୁ ମୁମ୍ୱାଇର କୋକିଳା ବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟମାନେ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି ।

Leave a Reply

Your email address will not be published. Required fields are marked *