ଏମିତି ଏକ ଗାଁ ଯେଉଁଠି ପ୍ରତ୍ୟେକ ପୁରୁଷଙ୍କର ୨ ଟି ପତ୍ନୀ

ଭୁବନେଶ୍ୱର: ଭାରତରେ ବିଶେଷ କରି ହିନ୍ଦୁ ଧର୍ମରେ ପ୍ରଥମ ପତ୍ନୀ ଥାଉ ଥାଉ ଆଉ ଏକ ବିବାହ କରିବା ଆଇନଗତ ଅପରାଧ ଅଟେ । ଏକା ସାଙ୍ଗରେ ଦୁଇଟି ପତ୍ନୀଙ୍କୁ ରଖିବା ବେଆଇନ୍ ମଧ୍ୟ ଅଟେ। କିନ୍ତୁ ଭାରତରେ ଏପରି ଏକ ଗ୍ରାମ ରହିଛି ଯେଉଁଠି ଏକା ସାଙ୍ଗରେ ଦୁଇଟି ପତ୍ନୀ ରଖିବା ସାଧାରଣ ଅତି ସାଧାରଣ କଥା।

ଏହି ଗାଁଟି ରହିଛି ଭାରତର ରାଜସ୍ଥାନରେ। ଏଠାକାର ଲୋକମାନେ ନିଜ ସୌକ ପାଇଁ ଦୁଇଟି ବିବାହ କରିନଥାନ୍ତି ଏହା ଏକ ପ୍ରକାର ସେମାନଙ୍କ ପାଇଁ ବାଧ୍ୟ ବାଧକତା ମଧ୍ୟ।

ରାଜସ୍ଥାନର ବାଡ଼ମେର ଜିଲ୍ଲାର ଦଶସର ଗାଁରେ ଦେଖିବାକୁ ମିଳେ ଏହିପରି ଘଟଣା। ଏଠାରେ ପାଖାପାଖି ୭୦ଟି ମୁସଲିମ୍ ପରିବାର ବସବାସ କରନ୍ତି। କେଜାଣି କେତେ ସମୟରୁ ଏଠାକାର ମୁସଲିମ୍ ପରିବାର ଦୁଇ ଥର ବିବାହ କରିବାର ଏବଂ ଦୁଇ ପତ୍ନୀଙ୍କୁ ଏକାଠି ରଖିବାର ପରମ୍ପରା ପାଳନ କରିଆସୁଛନ୍ତି। ଏହି ପରମ୍ପରା ପଛରେ ଥିବା କାହାଣୀ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ବିଶ୍ବାସ ରହିଛି ଯେ ଏହି ଗାଁରେ ବ୍ୟକ୍ତିଙ୍କୁ ପ୍ରଥମ ପତ୍ନୀଙ୍କଠାରୁ ସନ୍ତାନ ମିଳିନଥାଏ। ସନ୍ତାନ ପାଇଁ ତାଙ୍କୁ ଆଉଥରେ ବିବାହ କରିବାକୁ ପଡ଼ିଥାଏ। ଏହା ଏକ ପରମ୍ପରା ଭାବେ କାହିଁ କେତେ ବର୍ଷରୁ ଚାଲି ଆସିଛି। ଏହି ଗାଁରେ କେତେକ ପରିବାର ଏପରି ଅଛନ୍ତି ଯେଉଁମାନେ ଥରେ ବିବାହ କରିଛନ୍ତି କିନ୍ତୁ ତାଙ୍କ ଘରେ ସନ୍ତାନ ସନ୍ତତି ନାହାନ୍ତି ବୋଲି କୁହାଯାଏ। ଜଣେ ବ୍ୟକ୍ତିଙ୍କୁ ଦୁଇଥର ବିବାହ କରିବାର ଏହା ଏକ ମୁଖ୍ୟ କାରଣ ଅଟେ।

ତେବେ ଆହୁରି ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ ଯେ ପ୍ରଥମ ପତ୍ନୀ ବ୍ୟକ୍ତିର ଦ୍ବିତୀୟ ପତ୍ନୀକୁ ଈର୍ଷା କରିନଥାଏ କିମ୍ବା ଅସୁରକ୍ଷିତ ମନେ କରିନଥାଏ। ଦୁଇଜଣ ଦୁଇ ଭଉଣୀ ଭଳି ଚଳିଥାନ୍ତି । କିନ୍ତୁ ବେଳେ ବେଳେ କେତେକ ବ୍ୟକ୍ତିଙ୍କୁ ଦୁଇ ଜଣ ପତ୍ନୀଙ୍କୁ ଏକାଠି ସମ୍ଭାଳିବା କଷ୍ଟକର ମଧ୍ୟ ହୋଇପଡ଼ିଥାଏ ବୋଲି କୁହନ୍ତି ଏଠାକାର ଲୋକ। ।

Leave a Reply

Your email address will not be published. Required fields are marked *