ଘରେ ବସି ପାଇବେ ମଦ

ଭୁବନେଶ୍ୱର (ସକାଳ ଖବର) : ଓଡ଼ିଶାରେ ରବିବାରଠାରୁ ଘରେ ବସି ହୋମ ଡେଲିଭରି ସୁବିଧା ପାଇ ପାରିବେ। ତେବେ ଶନିବାର ରାଜ୍ୟ ସରକାର ଏ ନେଇ ଅନୁମତି ପ୍ରଦାନ କରିଛନ୍ତି। ଅନୀୟ ପଟେ ହୋମ୍ ଡେଲିଭରି ମଦ ପାଇଁ ଉତ୍ସୁକ ଥିବା ଗ୍ରାହକ ଓ ଡେଲିଭରି ସେବାରେ ନିୟୋଜିତ ହେବାକୁ ଥିବା ବ୍ୟକ୍ତିଙ୍କ ପାଇଁ ରହିଛି କିଛି ସର୍ତ୍ତ।

୧) ୧୦୦୦ ଟଙ୍କା ପର୍ଯ୍ୟନ୍ତ ମଦର ଅର୍ଡର ପାଇଁ ଗ୍ରାହକଙ୍କୁ ବିତରଣ ଶୁଳ୍କ ୧୦୦ ଟଙ୍କା ଏବଂ ତା’ପରେ ପ୍ରତ୍ୟେକ ଅତିରିକ୍ତ ୫୦୦ ଟଙ୍କା ପର୍ଯ୍ୟନ୍ତ ମଦ ଅର୍ଡର କଲେ ୨୫ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଦେବାକୁ ପଡ଼ିବ।

୨) ମଗାଇବାର ସମୟ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିବ।

୩) ଗ୍ରାହକଙ୍କୁ ଘରକୁ ମଦ ମଗାଇବା ପାଇଁ ୬ ଘଣ୍ଟାର ସମୟ ମିଳିବ।

୪) କୌଣସି କଣ୍ଟେନମେଣ୍ଟ୍ ଜୋନରେ ରହୁଥିଲେ ତାଙ୍କୁ ମଦ ଯୋଗାଇ ଦିଆଯିବ ନାହିଁ। ଏଥିସହ ସପିଂ ମଲରେ ମଦ ଯୋଗାଣ ଉପରେ କଟକଣା ଲାଗିଛି।

୫) ହୋମ ଡେଲିଭରି ଶୁଳ୍କ ୩୦୦ଟଙ୍କାରୁ ଅଧିକ ହେବ ନାହିଁ।

Leave a Reply

Your email address will not be published. Required fields are marked *