ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ଏହି ୨୫ ଟି ଆପ୍

ଗୁଗୁଲ ପ୍ଲେ ଷ୍ଟୋରରୁ ହଟି ଯାଇଛି ୨୫ଟି ଆପ୍ଲିକେସନକୁ। ଏହି ସବୁ ଆପ୍ ଫେସବୁକରୁ ତଥ୍ୟ ଚୋରି କରୁଥିବା ଅଭିଯୋଗ ଆସିବା ପରେ ଗୁଗୁଲ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଫ୍ରାନ୍ସର ଏକ ସାଇବର୍ ସିକ୍ୟୁରିଟୀ ସଂସ୍ଥା ଏହି ଅଭିଯୋଗ ଆଣିଥିଲା।
ଏହି ୨୫ଟି ଆପ୍ଲିକେସନକୁ ୟୁଜର୍ସ ୨.୩୪ ମିଲିୟନ ଥର ଡାଉନଲୋଡ୍ କରିଛନ୍ତି।
ଏହି ଆପ୍ ଗୁଡିକ ବିଭିନ୍ନ କାମରେ ବ୍ୟବହାର କରାଯାଉଥିଲା । ଏହା ମଧ୍ୟରୁ କିଛି ଫଟୋ ଏଡିଟର, ଭିଡିଓ ଏଡିଟର୍, ଓ୍ୱାଲପେପର୍ ଆପ୍ ସହ କିଛି ଗେମିଙ୍ଗ ଆପର ରହିଥିଲା ବେଶ୍ ଚାହିଦା ।
ଏହି ଆପ୍ ଗୁଡିକ ଡାଟା ଲିକ୍ କରୁଥିବା ଗତ ମେ ମାସରେ ଅଭିଯୋଗ ହୋଇଥିଲା । ତେବେ ଚଳିତ ମାସରେ ଗୁଗୁଲ ଏହାକୁ ଷ୍ଚୋରରୁ ହଟାଇ ଦେଇଛି ।

ପ୍ଲେଷ୍ଟୋରରୁ ହଟିଥିବା ଆପ୍ ଗୁଡିକ ହେଉଛି

ସୁପର୍ ଓ୍ୱାଲପେପର୍ ଫ୍ଲାସଲାଇଟ୍
ପାଡେନାଟେଫ୍
ଓ୍ୱାଲପେପର୍ ଲେବୁଲ୍
କଣ୍ଟୋର ଲେବୁଲ୍ ଓ୍ୱାଲପେପର୍
ଭିଡିଓ ମେକର
କଲର୍ ଓ୍ୱାଲପେପରସ୍
ପେଡୋମିଟର୍
ପାଓ୍ୱାରଫୁଲ୍ ଫ୍ଲାସଲାଇଟ୍
ସୁପର୍ ବ୍ରାଇଟ୍ ଫ୍ଲାସଲାଇଟ୍
ସୁପର୍ ଫ୍ଲାସଲାଇଟ୍
ସୋଲିଟାୟାର
ଆକ୍ୟୁରେଟ୍ ସ୍କାନିଂ ଅଫ୍ କ୍ୟୁଆର୍ କୋଡ୍
କ୍ଲାସିକ୍ କାର୍ଡ ଗେମ୍
ଜଙ୍କ୍ ଫାଇଲ୍ କ୍ଲିନିଂ
ସିନ୍ଥେଟିକ୍ ଜେଡ୍
ଫାଇଲ୍ ମ୍ୟାନେଜର୍
କମ୍ପୋଜିଟ୍ ଜେଡ୍
ସ୍କ୍ରିନସଟ୍ କ୍ୟାପଚର୍
ଡେଲି ହରୋସ୍କୋପ୍ ଓ୍ୱାଲପେପରସ୍
ଉଗଜିଆ ରିଡର୍
ପ୍ଲସ୍ ଓ୍ୱେଦର୍
ଆନିମି ଲାଇଭ୍ ଓ୍ୱାଲପେପର୍
ଆଇହେଲଥ୍ ଷ୍ଟେପ୍ କ୍ୟାପଚର୍
କମ୍, ଟିଆପ୍. ଫିକ୍ସନ୍ ।

Leave a Reply

Your email address will not be published. Required fields are marked *