ଓଡିଶା ପାଇଁ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ଅମ୍ପନ ପରର ପରିସ୍ଥିତି ଅନୁଧ୍ୟାନ ନିମନ୍ତେ ଆଜି ପଶ୍ଚିମବଙ୍ଗ ଓ ଓଡିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ଆକାଶ ମାର୍ଗରୁ ପ୍ରଥମେ ପଶ୍ଚିମବଙ୍ଗ ଓ ପରେ ଓଡିଶାର ବାତ୍ୟା ପ୍ରପୀଡ଼ିତ ଅଞ୍ଚଳ ପରିଦର୍ଶନ କରିଥିଲେ ।

ଓଡ଼ିଶାରେ ବାତ୍ୟା ଅମ୍ପନ ଯୋଗୁଁ ହୋଇଥିବା କ୍ଷୟକ୍ଷତି ଯୋଗୁଁ ଓଡିଶାକୁ ୫୦୦ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କଲିକତାରୁ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରୁ ବାୟୁସେନାର ଏକ ବିମାନ ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକୁ ଆକାଶମାର୍ଗରୁ ପରିଦର୍ଶନ କରୁ କ୍ଷୟକ୍ଷତି ଆକଳନ କରିଥିଲେ । ବିମାନରେ ତାଙ୍କ ସହ ରାଜ୍ୟପାଳ ଗଣେଶି ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ ।

ଉପକୂଳ ଓଡ଼ିଶାର କ୍ଷତିଗ୍ରସ୍ତ ଜିଲ୍ଲା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଜିଲ୍ଲାକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ । ଏହାପରେ ମୋଦୀ ମୁଖ୍ୟ ସାଶନସଚିବଙ୍କ ସହ ବୈଠକ କରିଥିଲେ।

Leave a Reply

Your email address will not be published. Required fields are marked *