ବାତିଲ ହେଲା +୨ର ବାକିଥିବା ସମସ୍ତ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବେହାଲ ହେଉଛି କରୋନା ସ୍ଥିତି । ଏଥିପାଇଁ ଆଗାମୀ ସମସ୍ତ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । ତେବେ ଏହି ପରିପ୍ରେକ୍ଷୀରେ ବାତିଲ ହୋଇଛି ଯୁକ୍ତ ୨ ର ବାକି ଥିବା ସମସ୍ତ ପରୀକ୍ଷା । ମହାମାରୀ ଓ ପ୍ରତିକୂଳ ପରିସ୍ଥିତି ପାଇଁ ପରୀକ୍ଷା ବାତିଲ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । କରୋନା ସଂକ୍ରମଣ ବଢ଼ୁଥିବା କାରଣରୁ ଏବେ ପରୀକ୍ଷା କରାଇବା ସମ୍ଭବ ନୁହେଁ । ଏନେଇ ରାଜ୍ୟରେ ମାର୍ଚ ୨୩ ରୁ ୨୮ ମଧ୍ୟରେ ହେବାକୁ ଥିବା +୨ ପରୀକ୍ଷାକୁ ବାତିଲ କରାଯାଇଛି । +୨ର କଳା, ବାଣିଜ୍ୟ ଏବଂ ବିଜ୍ଞାନର ବାକିଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଉଛ ଶିକ୍ଷା ମନ୍ତ୍ରୀ ସମୀର ଦାସ ।

ବାତିଲ ପରେ ସିବିଏସ୍‌ଇ ଢ଼ାଞ୍ଚାରେ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷାର ମୂଲ୍ୟାୟନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଥିଓରି ପେପରକୁ ଦେଖି ଆଭରେଜ ମାର୍କ ଦିଆଯିବ । ଯେଉଁମାନେ ୫ଟି ପେପର ଦେଇଥିବେ ସେମାନଙ୍କର ବେଷ୍ଟ ୩ଟି ପେପର ଅନୁଯାୟୀ ମୂଲ୍ୟାୟନ କରାଯିବ । ଏବଂ ଯେୁଉଁମାନେ ୩ଟି ପେପର ଦେଇଛନ୍ତି ସେମାନଙ୍କର ବେଷ୍ଟ ୨ଟି ପେପରକୁ ଦେଖି ମାର୍କ ଦିଆଯିବ ।

ପିଲାଙ୍କ କ୍ୟାରିୟର ଦୃଷ୍ଟିରୁ ଜୁଲାଇ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଚେଷ୍ଟା କରୁଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *