ଓଡ଼ିଶାର ବାତ୍ୟାଞ୍ଚଳ ବୁଲି ଦେଖୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର: ବାତ୍ୟା ଅମ୍ପନରେ ଓଡ଼ିଶାର ପ୍ରଭାବିତ ଅଞ୍ଚଳ ବୁଲି ଦେଖୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
ଭୁବନେଶ୍ୱର ବିମାନ ବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ବାହାରି ବାତ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି ମୋଦୀ । ସାଙ୍ଗରେ ଅଛନ୍ତି ରାଜ୍ୟପାଳ ଗଣେଶି ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଉପକୂଳ ଓଡ଼ିଶାର କ୍ଷତିଗ୍ରସ୍ତ ଜିଲ୍ଲା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଜିଲ୍ଲାକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ । ଏହାପରେ ମୋଦୀ ମୁଖ୍ୟ ସାଶନସଚିବଙ୍କ ସହ ବୈଠକ କରିବେ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *