ଫେରୁଛନ୍ତି ମହାବାହୁ

ପୁରୀ: ନୀଳକନ୍ଦରକୁ ଫେରୁଛନ୍ତି ମହବାହୁ । ଗୁଣ୍ଡିଚା ଦିନ ବିନା ଭକ୍ତରେ ମହାପ୍ରଭୁ ରତ୍ନବେଦୀରୁ ଆସିଥିଲେ ଜନ୍ମ ବେଦୀ । ଏବେ ଫେରିଗଲା ବେଳେ ବି ଭକ୍ତ ନାହାନ୍ତି । କେବଳ ହାତ ଗଣତି ସେବାୟତ ଓ ପୋଲିସଙ୍କ ସାହାଯ୍ୟରେ ରଥଟଣା ଯାଉଛି। ଘରେ ରହି ଭକ୍ତ ଟିଭି ପରଦାରେ ନୀତି କାନ୍ତି ସହ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ।

ଫୋଟୋରେ ଫୋଟୋରେ ଦେଖନ୍ତୁ ମହାପ୍ରଭୁଙ୍କ ବାହୁଡା ଯାତ୍ରା

ଶ୍ରୀମନ୍ଦିର ଫେରିବା ବେଳେ ବାଟରେ ମାଉସୀ ମାଆ ମନ୍ଦିରରେ ମହାପ୍ରଭୁ ପୋଡ଼ ପିଠା ଖାଇବା ପରମ୍ପରା ରହିଛି । ଆଜି ବାହୁଡା ଯାତ୍ରା ଥିବା ବେଳେ ଆସନ୍ତାକାଲି ସୁନାବେଶ । ମହଣ ମହଣ ରତ୍ନ ଖଚିତ ଅଳଙ୍କାରରେ ଝଟକିବେ ତିନି ଠାକୁର । ତିନି ତାରିଖରେ ଅଧରପଣା ଓ ୪ ତାରିଖରେ ନିଳାଦ୍ରୀ ବିଜେ ରହିଛି ।

Leave a Reply

Your email address will not be published. Required fields are marked *