ବିନାଭକ୍ତରେ ବାହୁଡୁଛନ୍ତି ଶ୍ରୀଜିଉ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ଶେଷ ହେଉଛି ଶ୍ରୀଜିଉଙ୍କର ନବ ଦିନାତ୍ମକ ଯାତ୍ରା । ଆଜି ବାହୁଡ଼ା ଦଶମୀରେ ବଡ଼ ଦେଉଳକୁ ବାହୁଡୁଛନନ୍ତି ତିନି ଠାକୁର । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥ ଚଢ଼ି ଆଜି ନୀଳକନ୍ଦର ଫେରୁଛନ୍ତି ନୀଳମଣି ।

ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହଣ୍ଡି ବିଜେ । ଗୋଟି ପହଣ୍ଡିରେ ଆସି ରଥାରୁଢ଼ ହୋଇଛନ୍ତି ଶ୍ରୀସୁଦର୍ଶନ, ବଳଭଦ୍ର ଓ ଦେବୀ ସୁଭଦ୍ରା । ଗୋଟି ପହଣ୍ଡିରେ ଆସୁଛନ୍ତି କାଳିଆ ରାଜା । କିଛି ସମୟ ଅନ୍ତରାଳେ ରଥାରୁଢ଼ ହେବେ ଜଗତର ନାଥ ଶ୍ରୀଜଗନ୍ନାଥ।

କଡ଼ା କଟକଣା ସହ ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ବାହୁଡ଼ା ଯାତ୍ରା
ଦିନ ୧୦ଟା ଭିତରେ ଶ୍ରୀଜିଉମାନେ ରଥାରୁଢ଼ ହେବେ । ଏହାପରେ ରଥ ଉପରେ କିଛି ରୀତିନୀତି ପରେ ଛେରା ପହଁରା କରାଯିବ । ଚାରମାଳ ଫିଟା ଓ ଘୋଡ଼ା ଲାଗିବା ପରେ ମଧ୍ୟାହ୍ଣ ୧୨ଟାରେ ରଥ ଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି ।

ଶ୍ରୀମନ୍ଦିର ଫେରିବା ବେଳେ ବାଟରେ ମାଉସୀ ମାଆ ମନ୍ଦିରରେ ମହାପ୍ରଭୁ ପୋଡ଼ ପିଠା ଖାଇବା ପରମ୍ପରା ରହିଛି ।

Leave a Reply

Your email address will not be published. Required fields are marked *