ଅନଲକ ୨.୦: କ’ଣ ସବୁ ବନ୍ଦ ରହିବ, ଜାଣନ୍ତୁ

ଭୁବନେଶ୍ୱର: ଜୁଲାଇ ୧ ତାରିଖରୁ ଆରମ୍ଭ ହେଉଛି ଅନଲକ ୨.୦ । ଏନେଇ ଜାରି ହୋଇଛି ନୂଆ ଗାଇଡ଼ଲାଇନ୍ ।

ଜାଣନ୍ତୁ କ’ଣ ସବୁ ବନ୍ଦ ରହିବ

୧ – ସମସ୍ତ ଧର୍ମାନୁଷ୍ଠାନ/ ସର୍ବସାଧାରଣଙ୍କ ପୂଜାସ୍ଥଳୀ

୨ – ଯାତ୍ରୀମାନଙ୍କ ଲାଗି ଅନ୍ତର୍ଜାତୀୟ ବିମାନ ଚଳାଚଳ, ଏମଏଚଏ ଦ୍ୱାରା ଅନୁମତିପ୍ରାପ୍ତ ବିମାନକୁ ଛାଡ଼ି

୩ – ସିନେମା ହଲ, ଜିମ, ସୁଇମିଂ ପୁଲ, ଏଣ୍ଟରଟେନମେଣ୍ଟ କଂପ୍ଲେକ୍ସ, ଥିଏଟର, ଅଡ଼ିଟୋରିୟମ,ଆସେମ୍ବଲି ହଲ ଏବଂ ଏହିପରି ସମସ୍ତ ସଭା ସମିତି ବୈଠକଖାନା ।

୪ – ସାମାଜିକ/ରାଜନୈତିକ/କ୍ରୀଡ଼ା, ମନୋରଞ୍ଜନ/ଶିକ୍ଷା ଅନୁଷ୍ଠାନ / ସାଂସ୍କୃତିକ ତଥା ଧର୍ମୀୟ ଉତ୍ସବ ଗୁଡ଼ିକ

୫ – ସ୍କୁଲ, କଲେଜ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନ / ତାଲିମ କେନ୍ଦ୍ର/ କୋଚିଂ ସେଣ୍ଟର ଗୁଡ଼ିକରେ ପାଠପଢା ୩୧ ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ । ମାତ୍ର ପରୀକ୍ଷା କିମ୍ବା ଖାତାଦେଖା ଲାଗି ଅନୁମତି ରହିଛି ।

Leave a Reply

Your email address will not be published. Required fields are marked *