ଏହି ୧୦ ଟି ଜିଲ୍ଲାରେ ବଳବତ୍ତର ରହିବ ସାପ୍ତାହିକ ସଟଡାଉନ

ଭୁବନେଶ୍ୱର: ଜୁଲାଇ ୧ ତାରିଖରୁ ଲାଗୁ ହେବାକୁ ଯାଉଛି ଅନ୍‌ଲକ ୨ । ଜୁଲାଇ ମାସ ପାଇଁ ରାଜ୍ୟ ସରକାର କରୋନା ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁଯାୟୀ ଜୁଲଇ ମାସର ପ୍ରତି ସପ୍ତାହର ଶନିବାର ଓ ରବିବାର ୧୦ ଟି ଜିଲ୍ଲାରେ ସଟ୍‌ଡାଉନ୍ ବଳବତ୍ତର ରହିବ । ଏହି ୧୦ ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ଯାଜପୁର, ମୟୁରଭଞ୍ଜ, କଟକ, କେନ୍ଦୁଝର, ଝାରସୁଗୁଡ଼ା, ବାଲେଶ୍ୱର, ଜଗତସିଂହପୁର ଓ ଖୋର୍ଦ୍ଧାରେ ସାପ୍ତାହିକ ସଟ୍‌ଡାଉନ୍ ଜାରି ରହିବ । ଏହି ୧୦ ଜିଲ୍ଲାକୁ ଜୋନ୍‌-୧ରେ ରଖାଯାଇଛି । ଅନ୍ୟ ସବୁ ଜିଲ୍ଲାକୁ ଜୋନ୍‌-୨ରେ ରଖଯାଇଛି । ଜୋନ୍‌-୨ରେ ଏହି କଟକଣା ଲାଗୁ ହେବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ସେହିପରି ଜୋନ୍‌-୧ରେ ଅନ୍ତଃଜିଲ୍ଲା ଯାନବାହନ ଚଳାଚଳ, ପରିସ୍ଥିତି ଅନୁଯାୟୀ ଦୋକାନ ବଜାର ବନ୍ଦ କରିବାକୁ ସ୍ଥାନୀୟ କର୍ତ୍ତୁପକ୍ଷଙ୍କୁ କ୍ଷମତା ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

Leave a Reply

Your email address will not be published. Required fields are marked *