ବଢୁଛି ସୁସ୍ଥତା ହାର: ରାଜ୍ୟରେ ୫ ହଜାର ଟପିଲା ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା

ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବା ସହ ବଢ଼ିବାରେ ଲାଗିଛି ସୁସ୍ଥତା ହାର। ସଂକ୍ରମିତଙ୍କ ହାର ସହ ପାଦରେ ପାଦ ମିଶାଇ ଚାଲିଛି କରୋନା ସୁସ୍ଥଙ୍କ ହାର । ମଙ୍ଗଳବାର ରାଜ୍ୟରେ ୨୪୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ହେଉଛି ରାଜ୍ୟ ମଧ୍ୟରେ ଦିନକରେ ଭଲ ହୋଇଥିବା ସର୍ବାଧିକ ସୁସ୍ଥଙ୍କ ସଂଖ୍ୟା ।
ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୫୧୮୯ରେ ପହଁଚିଛି ।
ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଗଜପତିରୁ ୫୯ ଜଣ ଅଛନ୍ତି । ସେହିପରି ଗଞ୍ଜାମର ୪୧, ଖୋର୍ଧାର ୩୮, କନ୍ଧମାଳ ୧୭, ଝାରସୁଗୁଡା ୧୫, ସୁନ୍ଦରଗଡ ୧୦, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାରୁ ୮ଜଣ ଲେଖାଏଁ ରହିଛନ୍ତି । କୋରାପୁଟରୁ ୭, ବରଗଡ ଓ ମୟୂରଭଞ୍ଜରୁ ୬, ଜଗତସିଂପୁରରୁ ୫, କଟକ, ମାଲକାନଗିରି ଓ ନବରଙ୍ଗପୁରର ୪ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି । ଏତତ୍ ବ୍ୟତୀତ ବାଲେଶ୍ୱରରୁ ୨ ଓ କଳାହାଣ୍ଡିରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୬୫ରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *