ପାଇକ ସ୍ମାରକୀ ନିର୍ମାଣ ତ୍ବରାନ୍ବିତ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ବରୁଣେଇ ଠାରେ ପାଇକ ବିଦ୍ରୋହର ଦ୍ବିଶତବାର୍ଷିକୀ ଉପଲକ୍ଷେ ପ୍ରସ୍ତାବିତ ସ୍ମାରକୀ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦେଶ୍ୟରେ ଏକ ଦାବିପତ୍ର ନିୟୁ ଥିଙ୍କିଙ୍ଗ ଫୋରମ୍ ଦ୍ବାରା ପ୍ରଦାନ କରାଯାଉଛି । ଏ ସଂପର୍କରେ ସ୍ଥାନୀୟ ଗୀତା ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଫୋରମର ସଭାପତି ଶ୍ରୀ ନରେନ୍ଦ୍ର କୁମାର ପୃଷ୍ଟି ।
ପ୍ରକାଶଥାଉକି ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ କୁହାଯାଉଥିବା ଭାରତର ଶେଷ ସ୍ଵାଧୀନ ଦୁର୍ଗ ଖୋରଧା ଗଡ଼ ନିକଟସ୍ଥ ବରୁଣେଇ ଠାରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ପାଇକ ସ୍ମାରକୀର ପ୍ରତିଷ୍ଠା କରାଯିବା ପାଇଁ ଭିଭିପ୍ରସ୍ତର ତା ୮.୧ ୨.୨୦୧୯ ରିଖ ଦିନ ସ୍ଥାପନ କରାଯାଇଥିଲା । ସେଦିନ ଖୋରଧାବାସୀଙ୍କ ମନରେ ବହୁତ ଆନନ୍ଦ ସୃଷ୍ଟି ହୋଇଥିଲା । କିନ୍ତୁ କୌଣସି କାରଣ ବଶତଃ ଆଜି ସୁଦ୍ଧା ବରୁଣେଇ ଠାରେ ସ୍ମାରକୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ଅନ୍ୟପକ୍ଷରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ଡ଼ାକ ଟିକଟ ଓ ସ୍ମାରକୀ ମୁଦ୍ରା ପ୍ରଚଳନ, ସି.ବି.ଏସ୍.ଇ, ପାଠ୍ୟକ୍ରମରେ ପାଇକ ବିଦ୍ରୋହ ସଂପର୍କିତ ତଥ୍ୟ ପ୍ରଚଳନ, ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ଆନ୍ଦୋଳନର ମାନ୍ୟତା, ଦିଲ୍ଲୀଠାରେ ଐତିହାସିକମାନଙ୍କୁ ନେଇ ପାଇକ ବିଦ୍ରୋହର ଜାତୀୟସ୍ତରୀୟ ସଂପାନ ଆୟୋଜନ, ତୈଳ କମ୍ପାନୀ ଦ୍ବାରା ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ୨ ୦୦କୋଟି ଟଙ୍କାର ଅନୁଦାନ ମଞ୍ଜୁର ଇତ୍ୟାଦିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଅବିରତ ଉଦ୍ୟମ ପ୍ରଶଂସନୀୟ ।

Leave a Reply

Your email address will not be published. Required fields are marked *