ଗରିବ ପରିବାରଙ୍କୁ ନଭେମ୍ବର ଯାଏଁ ମିଳିବ ମାଗଣା ରାସନ: ମୋଦି

ନୂଆଦିଲ୍ଲୀ: ନଭେମ୍ବର ଯାଏଁ ଗରିବ ପରିବାରଙ୍କୁ ମିଳିବ ମାଗଣା ରାସନ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି। ଆଜି ଦେଶକୁ ସମ୍ବୋଧିତ କରିବା ସମୟରେ ମୋଦି ଏହା କହିଛନ୍ତି । ଗରିବ କଲ୍ୟାଣ ଯୋଜନାରେ ଆସନ୍ତା ୫ ମାସ ଯାଏଁ ମାଗଣା ରାସନ ମିଳିବ ବୋଲି ସେ କହିଛନ୍ତି ।ଏଥିରେ ୮୦ କୋଟି ଲୋକ ଉପକୃତ ହେବେ ।
ଏହି ଯୋଜନା ଆଧାରରେ ମାଗଣାରେ ଗରିବଙ୍କୁ ୫ କିଲୋ ଗହମ କିମ୍ବା ଚାଉଳ ଓ ଏକ କିଲୋ ଡାଲି ଦିଆଯିବ। ଏହି ଯୋଜନାକୁ ନଭେମ୍ବର ପର୍ଯ୍ୟନ୍ତ ଲାଗୁ କରିବାରେ ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଯେବେଠୁ ଏହି ଯୋଜନା ଆରମ୍ଭ ହୋଇଛି ସେବେଠୁ ନଭେମ୍ବର ମାସ ପର୍ଯ୍ୟନ୍ତ ଦେଢ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *