କୋଭିଡ-୧୯: ବିଶ୍ୱ ଓ ଦେଶ ସମେତ ରାଜ୍ୟରେ ବଢୁଛି ଆରୋଗ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସାରାବିଶ୍ୱରେ କରୋନା ପାଇଁ ହାହାକାର । ଏପର୍ଯ୍ୟନ୍ତ ଏହା ୨୦୦ରୁ ଉର୍ଦ୍ଧ୍ବ ଦେଶରେ ନିଜର କାୟା ବିସ୍ତାର କରି ସାରିଲାଣି । ଆମେରିକା, ଇଟାଲୀ ଭଳି ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟ କରୋନାର କ୍ରୁରତା ସାମ୍ନାରେ ନିରୁପାୟ ସାଜିଛନ୍ତି ।

ଏହି ସଙ୍କଟ ସମୟରେ ବିଶ୍ୱର ସମସ୍ତ ସ୍ଥାନରେ ଡାକ୍ତର ମାନେ ଦିନରାତି ଏହାର ମୁକବିଲାରେ ଲାଗିପଡିଛନ୍ତି । ନିଜ ସ୍ୱାର୍ଥ ତଥା ସ୍ୱାସ୍ଥ୍ୟକୁ ଖାତିର ନକରି ଅକ୍ଲାନ୍ତ ପରିଶ୍ରମ କରି ଡାକ୍ତରୀଦଳ କରୁଛନ୍ତି କରୋନା ମୁକାବିଲା । କିଛି ଅଂଶରେ ଏମାନେ ସଫଳ ମଧ୍ୟ ହେଉଛନ୍ତି।

ଏଯାବତ ଏହି ମାରାତ୍ମକ ରୋଗ ପାଇଁ କୌଣସି ଔଷଧ ବାହାରି ପାରି ନାହିଁ । ଏହା ସତ୍ତ୍ୱେ ମଧ୍ୟ ଡ଼ାକ୍ତର ମାନେ ଏହି ରୋଗରେ ଅଙ୍କୁଶ ଲଗାଇବାରେ ଏକ ରକମର ସଫଳତା ପ୍ରାପ୍ତ କରିଛନ୍ତି।

ବିଶ୍ୱ ଠାରୁ ଆରମ୍ଭ କରି ଆମ ରାଜ୍ୟ ଓଡିଶା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟକୁ ଦେଖିଲେ ଏହା ଜଣାପଡୁଛି । ରିପୋର୍ଟରୁ ଏହା ସ୍ପଷ୍ଟ ହେଉଛି ଯେ, କରୋନା ମାମଲାରେ ମୃତକଙ୍କ ଅପେକ୍ଷା ଆରୋଗ୍ୟଙ୍କ ସଂଖ୍ୟା
ମାତ୍ରାଧିକ ରହିଛି ।

ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ର ସଦ୍ୟତମ ରିପୋ ଅନୁଯାୟୀ ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୪୩ ଜଣ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୪୩୬ରେ ପହଞ୍ଚିଛି। ଏହାସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୧୮୯ ଛୁଇଁଥିବା ବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି ।

ସେହିପରି ଯଦି ଭାରତୀୟ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଦେଖିବା ତେବେ ୧,୧୮,୨୩୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୮,୫୫୩ ଜଣ ସୁସ୍ଥ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ୩,୫୮୪ ଜଣ ବ୍ୟକ୍ତି ।

ରିପୋର୍ଟ ଅନୁସାରେ, ବିଶ୍ୱରେ ଏପର୍ଯ୍ୟନ୍ତ ୫୧,୯୪,୯୧୬ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୩,୩୪୬୨୨ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୨୯,୮୧,୫୨୭ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *