କରୋନାର ଆଉ ୩ ନୂଆ ଲକ୍ଷଣ, ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: କୋଭିଡ ଆକ୍ରାନ୍ତର ଆଉ ୩ଟି ନୂଆ ଲକ୍ଷଣକୁ ଅନ୍ତର୍ଭୁକ୍ତ କରିଛିଯୁକ୍ତରାଷ୍ଟ୍ର ଆମେରିକାର ଶୀର୍ଷ ସ୍ୱାସ୍ଥ୍ୟ ସଂସ୍ଥାନ ‘ଦ ସେର୍ଣ୍ଟ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍’ ବା (ସିଡିସି) । କଣ ଏହି ଲକ୍ଷଣ ଜାଣନ୍ତୁ

୧. ନାକ ରୁନ୍ଧି ହେବା ଓ ସିଙ୍ଘାଣି ବୋହିବା
୨ .ବାନ୍ତି ବାନ୍ତି ଲାଗିବା
୩ ତରଳ ଝାଡ଼ା ହେବା

ବର୍ତ୍ତମାନ ସୁଦ୍ଧା ‘ସିଡିସି’ ଏହି ମହାମାରୀ ଭୂତାଣୁ ସଂକ୍ରମଣର ୧୨ଟି ଲକ୍ଷଣ ତାଲିକାଭୁକ୍ତ କରିଥିଲା । ଏହା ପୂର୍ବରୁ ‘ସିଡିସି’ ଜ୍ୱର, ଥଣ୍ଡା, କାଶ, ଅଣନିଃଶ୍ୱାସୀ, ଅବସନ୍ନତା, ଦେହହାତ ଓ ମାଂଶପେଶୀ ଘୋଳାବିନ୍ଧା, ମୁଣ୍ଡବିନ୍ଧା, ସ୍ୱାଦ ବାରିବା ଏବଂ ଘ୍ରାଣ ଶକ୍ତି ନଷ୍ଟ ହେବା, ତଣ୍ଟି ଦରଜ ଆଦିକୁ କୋଭିଡ୍-୧୯ ଲକ୍ଷଣ ଭାବେ ତାଲିକାଭୁକ୍ତ କରିଥିଲା । ଖୁବ୍ ଶୀଘ୍ର ‘ସିଡିସି’ ଉପରୋକ୍ତ ତିନୋଟି ଲକ୍ଷଣକୁ ମଧ୍ୟ ତାଲିକାଭୁକ୍ତ କରିବାକୁ ଯାଉଥିବା ସୂଚନା ମିଳିଛି ।
ଅନ୍ୟପଟେ କରୋନା ଆରମ୍ଭରୁ ମାତ୍ର ତିନୋଟି ଲକ୍ଷଣ ଜଣାପଡୁ ଥିଲା । ତାହା ହେଉଛି ଜ୍ୱର, କାଶ ଏବଂ ଅଣନିଃଶ୍ୱାସୀ ଲାଗିବା । କିନ୍ତୁ ଏପ୍ରିଲ୍ ମାସରେ ‘ସିଡିସି’ ଆଉ ଛଅଟି ନୂଆ ଲକ୍ଷଣ ସେଥିରେ ସାମିଲ କରିଥିଲା।

Leave a Reply

Your email address will not be published. Required fields are marked *