ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ ‘ରେମଡେସିଭିର୍’ । ଏନେଇ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧର ବ୍ୟବହାର ହେବ ବୋଲି ସେ କହିଛନ୍ତି।
ହାଇଦ୍ରାବାଦ ସ୍ଥିତ ହେଟେରୋ ହେଲଥ କେୟାର ଲିମିଟେଡର କୋଭିଫୋର, କରୋନା ଔଷଧ ରେମଡେସିଭିରର ଜେନେରିକ ସଂସ୍କରଣ ଓଡ଼ିଶାରେ ପହଞ୍ଚିଛି ବୋଲି ସେ କହିଛନ୍ତି।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଶହେ ମିଲିଗ୍ରାମ୍ ଭିଆଲରେ (ଇଞ୍ଜେକ୍ସନ ଯୋଗ୍ୟ) ଏହି ଔଷଧ ଉପଲବ୍ଧ ହେବ । ପଞ୍ଜୀକୃତ ଡାକ୍ତରୀ ଚିକିତ୍ସକଙ୍କ ତତ୍ବାବଧାନରେ ଏହା ଏକ ଡାକ୍ତରଖାନାରେ, ଗୁରୁତର ଚିକିତ୍ସା ସେଟିଂରେ ଦିଆଯିବା ଆବଶ୍ୟକ ବୋଲି କମ୍ପାନି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ଏହି ଔଷଧ ପାଇଁ ଭିଆଲ ପିଛା ସର୍ବାଧିକ ଖୁଚୁରା ମୂଲ୍ୟ ୫,୪୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *