ସଲମାନଙ୍କ ସହ ଅଭିନୟ କରିବାକୁ ମନା କରିଦେଇଥିଲେ ଶାହରୁଖ, କାହିଁକି ଜାଣନ୍ତୁ

ମୁମ୍ବାଇ: ବଲିଉଡର ଆଗଧାଡ଼ିର ଦୁଇ ନାୟକ ଶାହରୁଖ ଓ ସଲମାନ । କେତେବେଳେ ଦୋସ୍ତ ଆଉ କେତେବେଳେ ଦୁସମନ । ତେବେ ସଲମାନ ଖାନଙ୍କ ସହ ସ୍କ୍ରିନ ସେୟାର କରିବାକୁ ପଡିବ ବୋଲି ଶାହରୁଖ ଖାନ ଏକ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଥିବା ବି- ଟାଉନରେ ଏକ ସମୟରେ ସାଜିଥିଲା ଚର୍ଚ୍ଚାର ବିଷୟ ।

ଖବର ଅନୁଯାୟୀ, ଶାହରୁଖ ଖାନଙ୍କୁ ରାଜକୁମାର ହିରାନୀ ଏକ ସିନେମା ଅଫର କରିଥିଲେ ଯେଉଁଥିରେ ଦୁଇଟି ହିରୋର ଭୂମିକା ରହିଥିଲା। ଏହି ଚଳଚିତ୍ରର ଅନ୍ୟ ହିରୋ ଭୂମିକାରେ ଅଭିନୟ କରିବାକୁ ଥିଲେ ସୁପରଷ୍ଟାର ସଲମାନ ଖାନ ।

ଶୁଣିବାକୁ ମିଳେ ସେତେବେଳେ ବକ୍ସ ଅଫିସରେ ଧମାକା କରୁଥିବା ଶାହରୁଖ ଏହି ସିନେମାର ସଂଳାପ ବଦଳାଇ ଏଥିରେ ଏକା ଅଭିନୟ କରିବାକୁ ଚାହୁଁଥିବା କହିଥିଲେ।

ଏନେଇ ସିନେ ସମୀକ୍ଷକ ରାଜୀବ ମାସାଣ୍ଡ ଓପନ୍ ମାଗାଜିନରେ ତାଙ୍କ ସ୍ତମ୍ଭରେ ଲେଖିଛନ୍ତି ଯେ, “ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ମୁନ୍ନା ଭୋଇ ଫ୍ରାଞ୍ଚାଇଜ୍ ନିର୍ଦ୍ଦେଶକଙ୍କ ମୂଳ ଦୁଇଟି ହିରୋ ପ୍ରୋଜେକ୍ଟ ଥିଲା ଯାହାକୁ ସେ କିଙ୍ଗ ଖାନ ଏବଂ ସଲମାନ ଖାନଙ୍କ ସହ କରିବାକୁ ଚାହୁଁଥିଲେ। କିନ୍ତୁ ଶାହରୁଖ ଏକକ-ଷ୍ଟାରର ଅଭିନୟ କରିବାକୁ ଆଗ୍ରହୀ ଥିଲେ । ଯେଉଁଥିପାଇଁ ଫିଲ୍ମ ନିର୍ମାତା ହୀରାନି ଏହି ନିଷ୍ପତ୍ତିରୁ ଓହରିବାକୁ ବାଧ୍ୟ ହୋଇଥିଲା ।

Leave a Reply

Your email address will not be published. Required fields are marked *