ହଳଦିଆ ରଙ୍ଗର ହୋଇଥାଏ ସ୍କୁଲ ବସ୍, କାହିଁକି ଜାଣନ୍ତୁ…

ଭୁବନେଶ୍ୱର: ପିଲାଙ୍କୁ ନେଇ ଯାଉଥିବା ସ୍କୁଲ ବସ୍ କୁ ପ୍ରାୟ ଆମେ ସମସ୍ତେ ଲକ୍ଷ କରିଥିବା । ସାଧାରଣତଃ ଏହି ବାସ୍ ଗୁଡିକର ରଙ୍ଗ ହଳଦିଆ ହୋଇଥାଏ । ତେବେ କଣ ଏହାର କାରଣ ? କାହିଁକି ସ୍କୁଲ ବସ ଗୁଡିକର ରଙ୍ଗ ହଳଦିଆ ହୋଇଥାଏ ଜାଣନ୍ତୁ…

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହା ପଛରେ ରହିଛି ଏକ ବୈଜ୍ଞାନିକ କାରଣ। ବୈଜ୍ଞାନିକ କାରଣ ଅନୁଯାୟୀ ରାସ୍ତାରେ ଅନ୍ୟ ରଙ୍ଗ ବସ ଅପେକ୍ଷା ହଳଦିଆ ରଙ୍ଗର ବସ ପାଖାପାଖି ଦେଢ଼ ଗୁଣା ଅଧିକ ଉଜ୍ଜଳ ଦେଖାଯାଏ। ଯାହା ଦ୍ୱାରା ଏହାକୁ ଦୂରରୁ ଅତି ସହଜରେ ଚିହ୍ନଟ କରି ହୋଇଥାଏ। ଘନ କୁହୁଡ଼ି ମଧ୍ୟରେ ବି ଅନ୍ୟ ସମସ୍ତ ରଙ୍ଗ ଭିତରେ ଏହି ହଳଦିଆ ରଙ୍ଗ ଉଜ୍ଜଳ ଭାବେ ଦେଖାଯାଇଥାଏ । ତେଣୁ ସୁରକ୍ଷା ଦୃଷ୍ଟି କୋଣରୁ ଏହି ରଙ୍ଗକୁ ସର୍ବୋତ୍ତମ ଭାବେ ବିବେଚନା କରାଯାଏ। କେବଳ ଆମ ଦେଶ ଭାରତରେ ନୁହେଁ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ସ୍କୁଲ ବସ ଗୁଡିକ ହଳଦିଆ ରଙ୍ଗର ହୋଇଥାଏ ।

Leave a Reply

Your email address will not be published. Required fields are marked *