ମାନସିକ ଚାପରୁ ମୁକ୍ତି ଚାହୁଁଛନ୍ତି କି? ଆପଣାନ୍ତୁ ଏହିସବୁ ସରଳ ଉପାୟ

ଭୁବନେଶ୍ୱର: ଦିନକୁ ଦିନ ଚାପଗ୍ରସ୍ତ ହୋଇଯାଉଛି ମଣିଷ। କର୍ତ୍ତବ୍ୟ ଓ କର୍ମ ତଳେ ଚାପି ହୋଇ ଯାଉଛି ଜୀବନ । କିଛି ନା କିଛି କାରଣ ପାଇଁ ମନ ଚାପଗ୍ରସ୍ତ ରହୁଛି । କିଛି ଏହାସହ ସଫଳ ମୁକାବିଲା କରି ଆଗକୁ ବଢିଯାଉଥିବା ବେଳେ ଆଉ କିଛି ଏହି ଅବସାଦ ମଧ୍ୟରେ ପେଶୀ ହୋଇ ଯାଉଛନ୍ତି । ସବୁବେଳେ ଏପରି ଚାପଗ୍ରସ୍ତ ତଥା ଚିନ୍ତିତ ରହିଲେ ଏହାର ପ୍ରଭାବ ଧିରେଧିରେ ଶରୀର ଉପରେ ପଡ଼େ। ଏପରିକି ମଣିଷ ମାନସିକ ବିଷାଦଗ୍ରସ୍ତ(ଡିପ୍ରେସନ୍‍)ର ଶିକାର ମଧ୍ୟ ହୋଇପାରେ।

ମାନସିକ ଚାପ କିଛି ଏକ ବଡ଼ ରୋଗ ନୁହେଁ ଯେ ଆପଣ ଚାହିଁଲେ ବାହାରକୁ ଆସି ପାରିବେ ନାହିଁ । ଆମେ ନିଜେ ଚାହିଁଲେ ନିଜର ଚାପ ଦୂର କରିପାରିବା। ଷ୍ଟ୍ରେସ ଫ୍ରି ଲାଇଫ ପାଇଁ ଜାଣନ୍ତୁ କିଛି ସରଳ ଉପାୟ ।

ଅନେକ ସର୍ଭେରୁ ପ୍ରମାଣିତ ହୋଇଛି ଯେ ମଧୁର ସଙ୍ଗୀତ ଷ୍ଟ୍ରେସ୍‌ ଦୂର କରିବାରେ ସାହାଯ୍ୟ କରେ। ଆପଣ ଚାହିଁଲେ ସମୟ ବାହାର କରି ଆରାମରେ କିଛି କିଛି ସମୟ ନିଜ ପସନ୍ଦର ସଙ୍ଗୀତ ଶୁଣି ପାରିବେ ।

ପ୍ରତିଦିନ କିଛି ସମୟ ନିଜର ସମସ୍ତ କାମରୁ ବିରତି ନେଇ ମନକୁ ଶାନ୍ତ ରଖନ୍ତୁ। ଥରେ ଏହା ଆପଣଙ୍କ ଅଭ୍ୟାସରେ ପରିଣତ ହେବା ପରେ ଦେଖିବେ ଆପଣ କେତେ ହାଲକା ଅନୁଭବ କରିବେ।

ଖାଲି ସମୟରେ ଆପଣ କିଛି ଭଲ ବହି ପଢ଼ି ପାରିବେ। କିଛି ଲେଖାଲେଖି ମଧ୍ୟ ଅଭ୍ୟାସ କରିପାରିବେ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ଛୁଟିଦିନକୁ ସଠିକ୍‌ ଭାବେ ବ୍ୟବହାର କରନ୍ତୁ। ଏହି ଦିନ ସାଙ୍ଗ ସାଥୀଙ୍କ ସହ ହାସଖୁଡି କରନ୍ତୁ । ନିଜକୁ ଖୁସି ଲାଗିବା ପରି ସ୍ଥାନକୁ ଯାଆନ୍ତୁ ।

ଦୈନନ୍ଦିନ ଜୀବନରେ ଏଭଳି କିଛି ଛୋଟ ପରିବର୍ତ୍ତନ ଆପଣଙ୍କ ମାନସିକ ଚାପ ଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିବ ।

Leave a Reply

Your email address will not be published. Required fields are marked *