ମୁଖ୍ୟମନ୍ତ୍ରୀଙ୍କ ବାହୁଡା ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ରଥଯାତ୍ରାର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି । ଭିଡିଓ କନ୍ଫେ ରେନ୍ସି ମାଧ୍ୟମରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଛି । ଏପର୍ଯ୍ୟନ୍ତ ରଥଯାତ୍ରାର ସମସ୍ତ ନୀତି ସୂଚାରୁରୂପେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ସେବାୟତ, ମନ୍ତ୍ରୀ, ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଉକ୍ତ ବୈଠକରେ ରାଜ୍ଯ ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାଶବର୍ମା, ଆଇନ୍ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ କ୍ରୀଷନ କୁମାର, ଡିଆଇଜି ଶ୍ରୀ ଆଶିଷ ସିଂ, ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ, ଆରକ୍ଷୀ ଅଧିକ୍ଷକ ଡଃ ଉମାଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ରଥଯାତ୍ରାର ସମସ୍ତ ନୀତିକାନ୍ତି ସୂଚାରୁରୂପେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସମଗ୍ର ବିଶ୍ବ ପୁରୀ ରଥଯାତ୍ରା ଉପରେ ନଜର ରଖିଥିବାରୁ ଏଥିପ୍ରତି ସଜାଗ ରହି କାର୍ଯ୍ୟ କରିବାକୁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *