କୋରନା ଯୋଦ୍ଧାଙ୍କୁ ସମ୍ମାନ ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଡିଜିଟାଲ ଆନ୍ଦୋଳନ

କାରୋନା ଭଳି ବିଶ୍ଵ ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ହଜାର ହଜାର ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ମାନେ ଦିନରାତି ଏହାର ମୁକାବିଲା କରିବା ପାଇଁ ଚେଷ୍ଟା କରୁଛନ୍ତି।  ଏଭଳି ପରିସ୍ଥିତିରେ ଏହି ଯୁବ କର୍ମଚାରୀମାନେ ଯିଏକି IAS ଏବଂ OAS ମାନଙ୍କ ପରି ଓଡିଶା ପବ୍ଲିକ ସାର୍ଭିସ କମିଶନ, ଓଡିଶା ଷ୍ଟାଫ ସିଲ୍ଲେକ୍ସନ କମିଶନ ଓ ଅନ୍ୟାନ ପ୍ରତିଯୋଗୀତାମୂଳକ ପରିକ୍ଷାରେ ଉତିର୍ଣ୍ଣ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଛନ୍ତି ସେମାନଙ୍କୁ ସରକାର ଚୁକ୍ତିଭିତ୍ତିକ ପରି କୁତ୍ସିତ ପ୍ରଥାରେ ନିଯୁକ୍ତି ଦେଇ ପରିହାସର ପାତ୍ର ବନେଇଛନ୍ତି। ରାଜ୍ୟର ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା କର୍ମଚାରୀ, ସେ ପୋଲିସ, ସ୍ୱାସ୍ଥକର୍ମୀ କିମ୍ବା ଶିକ୍ଷକ ସମସ୍ତଙ୍କୁ ସରକାର ବନ୍ଦେ ଉତ୍କଳ ଜନନୀ ଗାଇ
ସମ୍ମାନ ସିନା ଦେଲେ ହେଲେ ତାଙ୍କ ପେଟ କଥା ବୁଝିଲେନି । ଏହି ଶ୍ରେଣୀୟ ଯୁବ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ମାତ୍ର ୮୮୮୦/- ଟଙ୍କା ମାସିକ ବେତନରେ ୬ ବର୍ଷ ପର୍ଯ୍ୟନ୍ତ ଦାଦନ ଖଟାଉଛନ୍ତି, ଯାହାକି ସରକାରଙ୍କ ଘୋଷିତ ଦିନମଜୁରିଆର ପାରିଶ୍ରମିକ ଠାରୁ କମ। ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ଏଭଳି ନିଯୁକ୍ତି ବ୍ୟବସ୍ଥାକୁ ଦୀର୍ଘ ଦିନ ହେବ ଘୋର ବିରୋଧ କରାଯାଉଛି। ଏହି ବର୍ଗର ଯୁବ କର୍ମଚାରୀମାନଙ୍କ ଅକ୍ଲାନ୍ତ ପ୍ରରିଶ୍ରମ ଓ ଦାଇତ୍ଵନିଷ୍ଠା ରାଜ୍ୟ ସରକାରଙ୍କୁ ଶ୍ରେଷ୍ଠ ପ୍ରଶାସକ ବନେଇଛନ୍ତି, ହେଲେ ରାଜ୍ୟ ସରକାର ବାରମ୍ବାର ସେମାନଙ୍କ ସଙ୍ଗେ ପ୍ରତିଶୃତି ଓ ପ୍ରତାରଣର ଖେଳ ଖେଳୁଛନ୍ତି। ସରକାରଙ୍କର ଏହି ଵର୍ଗର କର୍ମଚାରୀମାନଙ୍କୁ ଉପେକ୍ଷ୍ୟା ଓ ଏହାର ପ୍ରତିବାଦରେ ଆଜି ଠାରୁ ୧୫ ଦିନ ଧରି ଡିଜିଟାଲ ଆନ୍ଦୋଳନ ଆରମ୍ଭ ହୋଇଛି।
ଏହାର ଫଳସ୍ଵରୂପ ରାଜ୍ୟରେ କାର୍ଯ୍ୟ କରୁଥିବା ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀମାନେ ବିଭିନ୍ନ ପ୍ଲାକାର୍ଡ ଧରି ନିରବ ପତିବାଦ କରି ସରକାରଙ୍କର ଏହି କୁତ୍ସିତ ନିଯୁକ୍ତି ବିରୋଦ୍ଧରେ ଟୁଇଟର ଓ ଫେସବୁକ ମାଧ୍ୟମରେ ସରପଞ୍ଚ ଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ସମସ୍ତ ଲୋକପ୍ରତିନିଧିମାନଙ୍କ ଧ୍ଯାନ ଆକର୍ଷଣ କରିବା ସହ ସମସ୍ତ ରାଜନୀତିକ ଦଳ ସାଂସଦ/ ବିଧାୟକ ତଥା ରାଜ୍ୟର ସମସ୍ତ ସାମ୍ବାଦିକ/ବୁଦ୍ଧିଜୀଵି/ପ୍ରବାସୀ ଓଡ଼ିଆ/ମାନବାଧିର କର୍ମୀ/ସମାଜସେବୀମାନଙ୍କୁ ତଥା ଓଡିଶା ବାସି ମାନଙ୍କୁ ଓଡ଼ିଶାର ସମସ୍ତ ୫୦ ହଜାର କର୍ମଚାରୀ ମାନେ ଡିଜିଟାଲ ଆନ୍ଦୋଳନ ମାଧ୍ୟମରେ ୪.୫ କୋଟି ଓଡ଼ିଆଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଘଟାଲା ବିଷୟରେ ଅବଗତ କରାଯିବ ବୋଲି ସଂଘ ସଭାପତି ବିଜୟ ମଲ୍ଲ ପ୍ରେସ ବିବୃତିରେ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *