ଟିକଟକ ଆପକୁ ମାତ୍ ଦେବା ପାଇଁ ଆସିଲା ଭାରତର ଏହି ଆପ୍

ଖୁବ କମ ସମୟର ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇ ପାରିଛି ଚାଇନାର ଟିକ୍‌ଟକ୍‌ ଆପ୍‌ । ତେବେ ଏହାକୁ ଟକ୍କର ଦେବା ପାଇଁ ଏବେ ଆସିଛି ଭାରତର ସ୍ୱଦେଶୀ ଆପ୍‌ ଚିଙ୍ଗାରି ।ପ୍ଲେ-ଷ୍ଟୋରରେ ଏହି ଆପକୁ ଲୋକ ବେଶ୍ ପସନ୍ଦ କରିବାରେ ଲାଗିଛନ୍ତି ।ଚିଙ୍ଗାରି ଆପ୍‌କୁ ନେଇ ଭାରତୀୟଙ୍କ ମଧ୍ୟରେ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଚିଙ୍ଗାରି ଆପ୍‌ ମଧ୍ୟ ଟିକ୍‌ଟକ୍‌ ଭଳି ଏକ ସର୍ଟ ଭିଡିଓ ସେୟାରିଂ ପ୍ଲାଟ୍‌ଫର୍ମ । ଏଥିରେ ମଧ୍ୟ ୟୁଜର୍ସ ସର୍ଟ ଭିଟିଓ କରି ସେୟାର କରିପାରିବେ । ଲୋକେ ଚାଇନିଜ୍‌ ଆପ୍‌କୁ ବୟକଟ୍‌ କରିବ ଆରମ୍ଭ କରିଥିବା ବେଳେ ସ୍ୱଦେଶୀ ଆପ୍‌କୁ ବେଶି ଗ୍ରହଣ କରୁଥିବା ଏହି ଚିଙ୍ଗାରି ଆପ୍‌ର ଡେଭଲପର କହିଛନ୍ତି । ଏବେ ଦେଶରେ ସ୍ୱଦେଶୀ ଆପ୍‌ର ଚାହିଦା ଅଧିକ ରହିଛି । ଲୋକମାନେ ଆଉ ଚାଇନିଜ୍‌ ଆପ୍‌କୁ ପସନ୍ଦ କରୁନାହାନ୍ତି ।
ବାଙ୍ଗାଲୋରରେ ରହୁଥିବା ବିଶ୍ୱାତ୍ମା ନାୟକ ନାମକ ଜଣେ ଓଡ଼ିଆ ଯୁବକ ଟିକ୍‌ଟକ୍‌ ଆପ୍‌ର ବିକଳ୍ପ ସୃଷ୍ଟି କରିଛନ୍ତି । ଏହାର ନାଁ ଦେଇଛନ୍ତି ‘ଚିଙ୍ଗାରି’ ।

ୟୁଜର୍ସ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି । ଗତ ଦୁଇ ମାସ ମଧ୍ୟରେ ଏହି ଆପ୍‌ରେ ୧ଲକ୍ଷ ଲୋକ ପଞ୍ଜିକୃତ ହୋଇସାରିଥିବା ବେଳେ ଗତ ସପ୍ତାହେ ମଧ୍ୟ ପ୍ରାୟ ୨ ଲକ୍ଷ ନୂଆ ପଞ୍ଜିକରଣ ହୋଇଛି । ଏବେ ପ୍ରତ୍ୟେକ ଦିନ ୪୦ ର ୫୦ହଜାର ନୂଆ ପଞ୍ଜିକରଣ ଦେଖିବାକୁ ମିଳିଛି ।ଏହି ଚିଙ୍ଗାରି ଆପ୍‌ ଟିକ୍‌ଟକ୍‌କୁ ଟକ୍କର ଦେବା ଭଳି ପ୍ରସ୍ତୁତ କରାଯାଇଛି ।

Leave a Reply

Your email address will not be published. Required fields are marked *