ଓଜନ ହ୍ରାସ କରିବାର ସବୁଠୁ ସରଳ ଉପାୟ

ଭୁବନେଶ୍ୱର: ମେଦ ବହୁଳତା ଆଜିର ସମୟରେ ଏକ ମୁଖ୍ୟ ସମସ୍ୟା ହୋଇ ଛିଡା ହୋଇଛି । ନାରୀ ହେଉ କି ପୁରୁଷ , ନିଜ ଶରୀରରର ଅଧିକ ଚର୍ବି ଦେଖିଲେ ବିଚଳିତ ହୋଇ ପଡୁଛନ୍ତି । ବିଶେଷ କରି ଯୁବପିଢ଼ି ।

କିପରି ସରଳ ଉପାୟରର ଓଜନ ହ୍ରାସ କମାଇବା ଆସନ୍ତୁ ଜାଣିବା

ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ, ପ୍ରତିଦିନ ଉଷୁମ ପାଣି ପିଅନ୍ତୁ।ଦିନର ଆରମ୍ଭ ଲେମ୍ବୁରସ ମିଶା ପାଣି ପିଇ କରିବା ଉଚିତ। ଏହି ପ୍ରକ୍ରିୟାରେ ବ୍ୟକ୍ତିର ପାଚନ କ୍ରିୟା ଭଲ ହେବା ସହ ଶରୀରର ଶକ୍ତି ବଢ଼ିଥାଏ।

ଭୋଜନର ନିୟମିତତା ରଖନ୍ତୁ। ପ୍ରତ୍ୟେକ ଦିନ ଗୋଟିଏ ସମୟରେ ହିଁ ଭୋଜନ କରିବା ଜରୁରୀ। ଭୋଜନ ପୂର୍ବରୁ ପାଣି ପିଅନ୍ତୁ ପ୍ରଥମେ ସାଲାଡ୍ ଖାଇବା ପରେ ହିଁ ଅନ୍ୟ ବ୍ୟଞ୍ଜନ ଖାଇବେ।

ଦ୍ବିପହର ଓ ରାତ୍ରିଭୋଜନରେ ଦୈନିକ ସାଲାଡ୍ ଖାଇବା ଭଲ। ଭୋଜନରେ ବନ୍ଧାକୋବି, ଫୁଲକୋବି, ବିନ୍ସ, ବ୍ରୋକୋଲି ଇତ୍ୟାଦି ପରିବା ସାମିଲ କରନ୍ତୁ ।

Leave a Reply

Your email address will not be published. Required fields are marked *