‘ଏମରଜନ୍ସି’ କୁ ୪୫ ବର୍ଷ

ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରଙ୍କ ଦ୍ବାରା ଜାରି ହୋଇଥିବା ଜରୁରୀ ପରିସ୍ଥିତିକୁ ଆଜି ପୁରିଛି ୪୫ବର୍ଷ ।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତର ଗଣତନ୍ତ୍ର ନିମନ୍ତେ ଯେଉଁମାନେ ଅସୀମ ତ୍ୟାଗ ସ୍ବୀକାର କରିଛନ୍ତି ଦେଶ ସେମାନଙ୍କୁ ସ୍ମରଣ କରୁଛି।

“ଆଜି ଠାରୁ ଠିକ୍ ୪୫ ବର୍ଷ ତଳେ ଦେଶରେ ଜରୁରୀ ପରିସ୍ଥିତି ଜାରି ହୋଇଥିଲା। ସେ ସମୟରେ ଭାରତରେ ଗଣତନ୍ତ୍ରର ରକ୍ଷା ନିମନ୍ତେ ଯେଉଁମାନେ ସଂଘର୍ଷ କରିଥିଲେ, ନିର୍ଯାତନା ସହ୍ୟ କରିଥିଲେ, ସେମାନଙ୍କୁ ଶତ ଶତ ପ୍ରଣାମ! ସେମାନଙ୍କ ତ୍ୟାଗ ଏବଂ ବଳିଦାନ ଦେଶ କେବେ ଭୁଲି ପାରିବ ନାହିଁ” ବୋଲି ମୋଦି କହିଛନ୍ତି”।

“୧୯୭୫ ମସିହା ଆଜିର ଦିନରେ ତତ୍କାଳନୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସାରା ଦେଶରେ ଏମରଜେନ୍ସି ଲାଗୁ କରିଥିଲେ । ଯାହାକୁ ଆଜିବି ବିରୋଧିମାନେ ଇତିହାସର ଏକ କଳଙ୍କିତ ଅଧ୍ୟାୟ ବୋଲି କହୁଛନ୍ତି” ବୋଲି ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ କରିଛନ୍ତି ।
ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ, “ଜୁନ ୨୫ ତାରିଖରେ ଏମରଜେନ୍ସିକୁ ୪୫ ବର୍ଷ ପୂରିଛି ।
ଗୋଟିଏ ପରିବାରର ଶାସନ ଲୋଭ ପାଇଁ ପୂରା ଦେଶରେ ଏମରଜେନ୍ସି ଲାଗୁ ହୋଇଥିଲା । ଏପରିକି ଗଣମାଧ୍ୟମ, କୋର୍ଟ ଓ ଲୋକଙ୍କର ବାକ୍ ସ୍ୱାଧୀନତା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଥିଲା” ବୋଲି ସେ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *