ଏହି ସ୍ଥାନରେ ନଦୀ ଗର୍ଭରୁ ଦୃଶ୍ୟମାନ ହୁଏ ହଜାର ହଜାର ଶିବଲିଙ୍ଗ

ଭୁବନେଶ୍ୱର: ଅଲୌକିକ ଶକ୍ତିର ଆଧାର ଏହି ଧରାପୃଷ୍ଠ । ଏଠାରେ ଲୁଚି ରହିଥିବା ରହସ୍ୟକୁ ବୁଝିବା ସ୍ତରର କାଠିକର ପାଠ ।
ଏହିଭଳି ଏକ ରହସ୍ୟମୟ ସ୍ଥାନ ରହିଛି କାର୍ଣ୍ଣାଟକରେ। ଯାହାର ରହିଛି କିଛି ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି। ଏଠାକାର ନଦୀକୂଳରେ ନେକ ଗୁଡିଏ ଶିବ ଲିଙ୍ଗ ଦୃଶ୍ୟମାନ ହୁଏ ।
ରହସ୍ୟ ଘେରରେ ରହିଛି ଏହି ସହସ୍ତ୍ରଲିଙ୍ଗା। ଯାହା କର୍ଣ୍ଣାଟକର ସିରସିଠାରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ ସହସ୍ତ୍ରଲିଙ୍ଗା। ଏଠାରେ ଥିବା ଶଲମାଲା ନଦୀ କୂଳରେ ଏକ ହଜାରରୁ ଅଧିକ ପ୍ରାଚୀନ ଶିବଲିଙ୍ଗ ଦେଖାଯାଏ ଏବଂ ଏହା ସହିତ ପଥରରେ ଖୋଦିତ ନନ୍ଦୀ ଷଣ୍ଢର ପ୍ରତିମୂର୍ତ୍ତି ଦେଖିବାକୁ ମିଳେ।
ଲୋକକଥା ଅନୁଯାୟୀ ନଦୀ କୂଳରେ ଥିବା ଏହି ଶିବଲିଙ୍ଗ ଏବଂ ପ୍ରତିମୂର୍ତ୍ତିକୁ ବିଜୟନଗର ସାମ୍ରାଜ୍ୟର ରାଜା ସାଦାଶିବରାୟ ବର୍ମା ନିର୍ମାଣ କରିଥିଲେ।
ପ୍ରତ୍ୟେକ ବର୍ଷ ମହାଶିବରାତ୍ରୀରେ ଏଠାରେ ଏକ ମେଳା ଆୟୋଜିତ ହୋଇଥାଏ ଏବଂ ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥାନ୍ତି। ଯଦିଓ ଏଠାରେ ଉପସ୍ଥିତ ଥିବା ଶିବଲିଙ୍ଗ ଏବଂ ପଥର ଗଠନ ବର୍ଷା ଋତୁରେ ନଦୀ ଜଳରେ ବୁଡ଼ି ରହିଥାଏ, କିନ୍ତୁ ଜଳ ସ୍ତର ହ୍ରାସ ପାଇବା ପରେ ହଠାତ୍ ହଜାର ହଜାର ଶିବଲିଙ୍ଗ ଦେଖାଯାଏ। ଏହି ଦୃଶ୍ୟ ବାସ୍ତବରେ ଆଶ୍ଚର୍ୟ୍ୟଜନକ।

କାମ୍ବୋଡିଆର ଏକ ନଦୀରେ ସହସ୍ତ୍ରଲିଙ୍ଗର ସମାନ ଦୃଶ୍ୟ ମଧ୍ୟ ଦେଖାଯାଏ। ୧୯୬୯ ମସିହାରେ ଜିନ୍ ବୋଲବେଟଙ୍କ ଦ୍ୱାରା ଏହି ସ୍ଥାନ ଆବିଷ୍କୃତ ହୋଇଥିଲା। ବିଶ୍ୱାସ କରାଯାଏ ଯେ ରାଜା ସୂର୍ଯ୍ୟଭାରମଙ୍କ ସମୟରେ ସେ ଏଠାରେ ଶିବଲିଙ୍ଗ ନିର୍ମାଣ ଆରମ୍ଭ କରିଥିଲେ ଏବଂ ରାଜା ଉଦୟଦିତ୍ୟ ବର୍ମନଙ୍କ ସମୟରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା। ଏକାଦଶ ଏବଂ ଦ୍ୱାଦଶ ଶତାବ୍ଦୀରେ ଏହି ରାଜାମାନଙ୍କ ଦ୍ୱାରା କାମ୍ବୋଡିଆ ଶାସିତ ହୋଇଥିଲା।

Leave a Reply

Your email address will not be published. Required fields are marked *