କରୋନାରୁ ବଞ୍ଚାଇବ ଇମ୍ୟୁନିଟି ବୁଷ୍ଟର୍ କାଢା !

ଭୁବନେଶ୍ୱର: ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଦ୍ୱାରା କରୋନା ଭଳି ଭୂତାଣୁ ସହ ଲଢ଼ି ହେବ। ଏନେଇ ପ୍ରତିଦିନ ସକାଳେ ଚ୍ୟୱନପ୍ରାଶ୍ ଓ ହଳଦୀ ମିଶ୍ରିତ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଇଛି ଆୟୁଷ ମନ୍ତ୍ରାଳୟ।

ତୁଳସୀ କାଢା

ତୁଳସୀ କାଢା : ତୁଳସୀ ପତ୍ରକୁ ପାଣିରେ ଫୁଟାଇ ଟିକେ ଲୁଣ ମିଶାଇ କାଢା ପ୍ରସ୍ତୁତ କରନ୍ତୁ।ତୁଳସୀ କାଢା ଥଣ୍ଡା, କାଶ ଓ ଗଳା ସମସ୍ୟାରୁ ମୁକ୍ତି ପାଇବା ପାଇଁ ରାମବାଣ ସଦୃଶ ହୋଇଥାଏ । ଏହି କାଢାକୁ ପିଇବା ଦ୍ବାରା ଫ୍ଲୁ ରୋଗରୁ ଶୀଘ୍ର ଆରୋଗ୍ୟ ଲାଭ ହୁଏ।

ହାର୍ଟ ସମସ୍ୟା ଥିବା ରୋଗୀଙ୍କୁ ଏହି ତୁଳସୀ କାଢା ପିଇବାକୁ ପରାମର୍ଶ ଦିଆଯାଏ। ନିୟମିତ ଏହାକୁ ପିଇବା ଦ୍ବାରା ଶରୀରର କୋଲେଷ୍ଟ୍ରଲ ମାତ୍ରା ନିୟନ୍ତ୍ରିତ ରହିଥାଏ।

ଅଦା କାଢା : ଅଦାରେ ଅନେକ ଭିଟାମିନ୍, ମାଙ୍ଗାନିଜ୍ ଏବଂ କପର ଭରପୁର ମାତ୍ରାରେ ରହିଥାଏ । ଯେଉଁମାନଙ୍କର ହଜମ ଜନିତ ସମସ୍ୟା ରହିଛି, ସେମାନେ ଦୈନିକ ୨ ଚାମଚ ଅଦା କାଢା ପିଇବା ଦ୍ୱାରା ହଜମ ପ୍ରକ୍ରିୟାରେ ସମସ୍ୟା ଦୂର ହୁଏ।ଅଦାରୁ ପ୍ରସ୍ତୁତ ଏହି କାଢା ପିଇବା ଦ୍ୱାରା ରୋଗ ପ୍ରତିରୋଧକ ପ୍ରକ୍ରିୟା ଅଧିକ ଶକ୍ତିଶାଳୀ ହୁଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ନିୟମିତ ଭାବେ ଅଦା କାଢା ପିଇବା ଦ୍ୱାରା ରକ୍ତଚାପ ଭଳି ସମସ୍ୟା ସୃଷ୍ଟି ହୁଏ ନାହିଁ।

Leave a Reply

Your email address will not be published. Required fields are marked *