ଚଳିତ ବର୍ଷ ହେବ ନାହିଁ ରଥଯାତ୍ରା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଚଳିତବର୍ଷ ହେବ ନାହିଁ ରଥଯାତ୍ରା । ଏନେଇ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ ।
ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି କହିଛନ୍ତି ଯେ, ଲୋକଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତା ଦୃଷ୍ଟିରୁ ଚଳିତବର୍ଷର ରଥଯାତ୍ରାକୁ ବନ୍ଦ ରଖାଯାଉଛି । କରୋନା ମହାମାରୀ ସମୟରେ ଏଭଳି ଅନୁମତି ଦିଆଯାଇପାରିବ ନାହିଁ । ଏଭଳି ଅନୁମତି ଦେଲେ ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା ଦେବେ ନାହିଁ । ମହାମାରୀ ସମୟରେ ଏତେ ସଂଖ୍ୟାରେ ଲୋକ ଏକାଠି ହୋଇପାରିବେ ନାହିଁ । ଖାଲି ପୁରୀ ନୁହେଁ ଓଡିଶାର କେଉଁ ମନ୍ଦିରରେ ମଧ୍ୟ ରଥଯାତ୍ରା ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *