ଚୀନ- ଭାରତ ସଂଘର୍ଷ: ଶହୀଦଙ୍କ ମଧ୍ୟରେ ୨ ଓଡ଼ିଆ ପୁଅ

ଭୁବନେଶ୍ୱର: ଲଦାଖ ଗଲୱାନ୍ ଘାଟିରେ ସୋମବାର ରାତିରେ ହୋଇଥିବା ଦୁଇ ସେନାର ସଂଘର୍ଷରେ ପ୍ରାଣ ହରାଇଛନ୍ତି ଭାରତର ୨୦ ବୀର ଯବାନ ।ଦେଶର ଏହି ୨୦ ବୀରଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଦୁଇ ସୁପୁତ୍ର ।
ଏହି ଦୁଇଜଣ ଓଡ଼ିଆ ଯବାନ ମାନଙ୍କ ମଧ୍ୟରୁ ଜଣେ ହେଲେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବିୟରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ । ଅନ୍ୟ ଜଣେ ସହିଦ ଯବାନ ହେଲେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ତହସିଲ ଚମ୍ପାରଦା ଗ୍ରାମର ନନ୍ଦୁରାମ ସୋରେନ ।

ଶହୀଦ ଚନ୍ଦ୍ରକାନ୍ତ ଛଅ ବର୍ଷ ପୂର୍ବରୁ ବିହାର ରେଜିମେଣ୍ଟରେ ଯୋଗଦାନ କରିଥିଲେ । ସେ ଲଦାଖରେ ୨ ବର୍ଷ ପୂର୍ବରୁ ଯୋଗଦେଇଥିଲେ । ସୀମାରେ ତାଙ୍କର ଡ୍ୟୁଟି ରହିଥିଲା ।ଶହୀଦ ନନ୍ଦୁରାମ ମଧ୍ୟ ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *