ତାରକସୀ କାରିଗରୀର ଅନନ୍ୟ ଠିକଣା ରୋପ୍ୟନଗର କଟକ

କଟକ: ରୌପ୍ୟ ନଗର କଟକ । ୧୦୦୦ ବର୍ଷର ପୁରୁଣା ସହର । ହସ୍ତ କଳା ,ପିତଳ ଓ କଂସା ଧାତବ ଶିଳ୍ପ,ରୂପା ତରକସୀ କାରୁକାର୍ଯ୍ୟ ଶିଳ୍ପ,ଓଡିଶା ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଏବଂ ହସ୍ତତନ୍ତ୍ର ଶିଳ୍ପ ,କଟକ ଦ୍ଵାରା ଅନୁମୋଦିତ ।

ଜିଲ୍ଲାର ତାରକସୀ କାମ ଅନନ୍ୟ କାରିଗରୀ । ଏହାର ନିଜସ୍ୱ ଓ ଅସାଧାରଣ ରୂପାଙ୍କନ ଓ ହସ୍ତଶିଳ୍ପ ରହିଛି । କଟକ ଜିଲ୍ଲାରେ ଉନ୍ନତ ରୁଚି ସଂପନ୍ନ ରୌପ୍ୟ ତାରକସୀ କାରୁକାର୍ଯ୍ୟ ଶିଳ୍ପକଳାର ସୁଦୀର୍ଘ ପରମ୍ପରା ରହିଛି । ସ୍ଥାନୀୟ ଭାଷାରେ କୁହାଯାଉଥିବା ”ତାରକସୀ” କାମରେ ନିର୍ଭୁଲ ଓ ସୂକ୍ଷ୍ମ କାରିଗରୀର ବ୍ୟବହାରିକ କୌଶଳ ଦେଖିବାକୁ ମିଳେ । ଏହି କଳା ଅତି ପ୍ରାଚୀନ,ଯାହାର କି ସୃଷ୍ଟି ପାରସ୍ୟ ଦେଶମାନଙ୍କରେ ପଂଚଦଶ ଶତାଦ୍ଦୀରେ ହୋଇଥିବା ଜଣାଯାଏ । ଏହି କଳାକୁ ମୋଗଲ ଶାସନ ସମୟରେ ଯଥେଷ୍ଟ ପ୍ରୋତ୍ସାହନ ମିଲଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଆଗ୍ରହ ଏବଂ ବଜାର ସୁବିଧାର ଅଭାବ ଯୋଗୁଁ ଏହି ଶିଳ୍ପ ପ୍ରଭାବିତ ହୋଇଥିଲା । ଏହି ଶିଳ୍ପକୁ ଆଦରି ନେଇଥିବା ଅଧିକାଂଶ କାରିଗର ସେମାନଙ୍କର ଜୀବିକା ପାଇଁ ଅନ୍ୟବୃତ୍ତି ଅବଲମ୍ବନ କରିବାକୁ ବାଧ୍ୟ ହେଉଛନ୍ତି। ଏହି କାରୀଗରମାନଙ୍କର ସ୍ଥିତିକୁ ପରିବର୍ତ୍ତନ କରିବାକୁ ଦୃଢ ପଦକ୍ଷେପ ସ୍ୱରୂପ ୧୯୫୨ ମସିହାରୁ ରାଜ୍ୟ ସରକାର ସେମାନଙ୍କୁ ସମବାୟ ବ୍ୟବସ୍ଥାରେ ଯୋଡିବାକୁ ଦୃଢ ପଦକ୍ଷେପ ନେଇଛନ୍ତି ।
ତାରକସୀ ଶିଳ୍ପକଳା ୩ ପ୍ରକାରର-ଯେପରିକି, ଗୋଲାପ ବା ରୋଜ ୱାର୍କ, ସିକୋ ୱାର୍କ ଏବଂ ଜରି ପକା କାମ ତାରକସୀ ଜିନିଷ ପ୍ରସ୍ତୁତିରେ ବ୍ୟବହାର କରାଯାଏ । କଟକର ରୂପା ତାରକସୀ କାରୁକାର୍ଯ୍ୟରେ ଉତ୍କୃଷ୍ଟ କାର୍ଯ୍ୟ ସମାପ୍ତି ପଦ୍ଧତି, ସୂକ୍ଷ୍ମ ରୌପ୍ୟ ପାତ ବ୍ୟବହୃତ ଗଠନ ଶୈଳୀ ଏବଂ ବରଫ ପରି ଚିକ ଚିକ କରୁଥିବା ଏହି ପ୍ରସ୍ତୁତି ଅନ୍ୟ ଅଳଙ୍କାରମାନଙ୍କ ଠାରୁ ସ୍ଵତନ୍ତ୍ର । ଏଥିପାଇଁ ରାଜ୍ୟକୁ ପରିଦର୍ଶନ ପାଇଁ ଆସୁଥିବା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ରୌପ୍ୟ ତାରକସୀ କାରୁକାର୍ଯ୍ୟର ପ୍ରସ୍ତୁତ ବସ୍ତୁ ଉପହାର ଭାବରେ ପ୍ରଦାନ କରାଯାଇଥାଏ । ଭଗବାନ କୃଷ୍ଣଙ୍କର ରଥ,କୋଣାର୍କ ଚକ୍ର, ଆକର୍ଷଣୀୟ ରୌପ୍ୟ ଅଳଙ୍କାରମାନ ଆଧୁନିକ ଫେଶନକୁ ଭଲ ପାଉଥିବା ଲୋକଙ୍କ ପାଇଁ ଅତ୍ୟନ୍ତ ଗ୍ରହଣୀୟ ହୋଇଥାଏ।

Leave a Reply

Your email address will not be published. Required fields are marked *