ବାତ୍ୟା ପ୍ରପୀଡ଼ିତ ପଶ୍ଚିମବଙ୍ଗକୁ ସହାୟତାର ହାତ ବଢାଇଲେ ନବୀନ

ଭୁବନେଶ୍ୱର: ବାତ୍ୟା ଅମ୍ପନର ପ୍ରକୋପରେ ଖିନଭିନ ପଶ୍ଚିମବଙ୍ଗରେ ହୋଇଛି ଅନେକ କ୍ଷୟକ୍ଷତି । ଏନେଇ ଆଜି ସକାଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ସଙ୍କଟ ସମୟରେ ପଶ୍ଚିମବଙ୍ଗ ସହ ସହ ଓଡିଶା ରହିଥିବା ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।

ଏହି ପରିସ୍ଥିତିର ମୁକାବିଲା ପାଇଁ କରିବା ଯଥାସମ୍ଭବ ମାନବ ସମ୍ବଳ ଓ ସାମଗ୍ରୀ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୁକ୍ରବାର ପ୍ରଭାବିତ ଅଞ୍ଚଳଗୁଡିକୁ ଆକାଶ ମାର୍ଗରୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *