୧୦ ଦିନରେ ଲକ୍ଷେ

ନୂଆଦିଲ୍ଲୀ (ସକାଳ ଖବର): ଦେଶରେ ୩ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ଯା। ବିଶ୍ବରେ  ଆକ୍ରାନ୍ତ ତାଲିକାରେ ୪ର୍ଥ ଦେଶ ହୋଇଛି ଭାରତ । ଧୀରେ ଧୀରେ  ସ୍ଥିତି ବିଗିଡିବାରେ ଲାଗିଛି।  ପରିସଂଖ୍ଯାନ ବେଶ୍ ଚିନ୍ତାଜନକ ।  ଦେଶରେ ପ୍ରଥମ  ଆକ୍ରାନ୍ତରୁ ୫୦ ହଜାର ହେବାକୁ ୯୫ ଦିନ ଲାଗିଥିଲା। ୫୦ ହଜାରରୁ ଲକ୍ଷେ ମାତ୍ର ୧୨ ଦିନରେ ପହଞ୍ଚିଯାଇଥିଲା ।  ଅନ୍ଯପକ୍ଷରେ, ଲକ୍ଷେରୁ ୨ ଲକ୍ଷ ସଂକ୍ରମିତଙ୍କ ସଂଖ୍ଯା ମାତ୍ର ୧୫ଦିନରେ ହୋଇଥିଲା । ଏହାପରେ ଆକ୍ରାନ୍ତ ସଂଖ୍ଯା ଆହୁରି ଦୃତ ଗତିରେ ବଢ଼ି ପରବର୍ତ୍ତୀ ଲକ୍ଷେ ସଂଖ୍ଯା ମାତ୍ର ୧୦ଦିନରେ ଛୁଇଁଛି ଦେଶ ।

ଦେଶର ସମୁଦାୟ ଆକ୍ରାନ୍ତ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୩୨.୮୧%  ରୋଗୀ ଥିବାବେଳେ ତାମିଲନାଡୁରୁ ୧୩.୦୧%, ଦିଲ୍ଲୀ ୧୧.୬୧%, ଗୁଜରାଟ ୭.୪%, ଉତ୍ତରପ୍ରଦେଶ ୩.୯୭%, ପଶ୍ଚିମବଙ୍ଗରୁ ୩.୨୮% ରୋଗୀ ଚିହ୍ନଟ ହୋଇଛନ୍ତି  ଓଡ଼ିଶାରୁ ୧.୧୭% ରୋଗୀ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *