ଖୁବଶୀଘ୍ର ବଜାରକୁ ଆସୁଛି ଆଣ୍ଟି ଭାଇରସ ଡ୍ରେସ !

ଭୁବନେଶ୍ୱର: ବିଶ୍ୱରେ ବ୍ୟାପି ଚାଲିଛି କରୋନା ଭାଇରସ । ଏହି ସଂକ୍ରମଣରୁ ବର୍ତ୍ତିବା ଏଯାଏଁ ପ୍ରସ୍ତୁତ ହୋଇ ନାହିଁ କୌଣସି ପ୍ରତିଷେଧକ ଟୀକା । ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦେଶରେ ପ୍ରଥମ ଥର ପାଇଁ ତିଆରି ହେଉଛି ଆଣ୍ଟି ଭାଇରସ ଡ୍ରେସ । ଟେକ୍ସଟାଇଲ୍ ଟେକ୍ନୋଲୋଜିରେ ତିଆରି ଏହି ଡ୍ରେସ୍ ଲଞ୍ଚ୍ ପାଇଁ ପ୍ରସ୍ତୁତ ହେଉଛି । ଜୁନ ଶେଷ ସୁଦ୍ଧା ଏହି ଟେକନିକରୁ ପ୍ରସ୍ତୁତ ଶୁଟିଂ-ଶାଟିଂ ଫେବ୍ରିକ୍ସ ଓ ପ୍ରସ୍ତୁତ ଡ୍ରେସ୍ ମାର୍କେଟକୁ ଆସିବ ବୋଲି ଶୁଣିବାକୁ ମିଳୁଛି ।ଏହି ଆଣ୍ଟି ଭାଇରସ ଡ୍ରେସରେ ୯୯.୯୯ ପ୍ରତିଶତ ରୋଗକୁ କମ୍ କରିବା ଶକ୍ତି ରହିଥିବା କୁହାଯାଇଛି।ଏଭଳି ପରିଧାନ ଖୁବ ଶୀଘ୍ର ମାର୍କେଟକୁ ଆସିବା ନେଇ ସୂଚନା ଦେଇଛନ୍ତି ଅରବିନ୍ଦ ଲିମିଟେଡର କାର୍ଯ୍ୟକାରୀ ନିର୍ଦ୍ଦେଶନ କୁଲିନ୍ ଲାଲାଭାଇ । ଇଣ୍ଟେଲିଫେବ୍ରିକ୍ସ ବ୍ରାଣ୍ଡ ଅନୁସାରେ ଆଣ୍ଟି ଭାଇରସ କପଡା ଲଞ୍ଚ୍ କରିବା ନେଇ ସେ ଘୋଷଣା କରିଛନ୍ତି । ସ୍ୱିସ୍ ଟେକ୍ସଟାଇଲ୍ ଇନୋଭେସନ କମ୍ପାନୀ ହ୍ୟାକ୍ ମଟିରିୟଲ୍ସ ଏଜି ଓ ତାଇୱାନର ପ୍ରମୁଖ ସ୍ପେଶାଲିଟି କେମିକଲ କମ୍ପାନୀ ଜିଣ୍ଟେକ୍ସ କର୍ପୋରେସନର ସହଯୋଗରେ ଅରବିନ୍ଦ ଲିମିଟେଡ୍ ଏହି ଆଣ୍ଟି ଭାଇରସ ଫେବ୍ରିକ୍ସର ନିର୍ମାଣ କରୁଛି ।କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, “ଭାଇରସ ଓ ବ୍ୟାକ୍ଟେରିଆ ଏହି ଡ୍ରେସରେ ୨-୩ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରିବେ । ଡ୍ରେସ୍ ମାଧ୍ୟମରେ ଭାଇରସର ପୁନଃ ସଞ୍ଚରଣ କ୍ଷମତାକୁ କମ୍ କରିବାରେ ସାହାଯ୍ୟ କରିବା ପାଇଁ ଏଚଇକ୍ୟୁ ଭାଇରବ୍ଲକ୍ ସହିତ ଟ୍ରିଟ୍ କରାଯାଇଥିବା କପଡା ଭାଇରସକୁ ରୋକି ପାରିବ” ।

Leave a Reply

Your email address will not be published. Required fields are marked *