ଟିମ୍ ସମୀର ତୟାର

ଭୁବନେଶ୍ୱର: ଘୋଷଣା ହୋଇଛି ରାଜ୍ୟ ବିଜେପିର ନୂଆ ଟିମ୍‌ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆଦେଶ କ୍ରମେ ଗଠନ ହୋଇଛି ଏହି ଟିମ୍‌।  ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ଵରେ ଏହି ଟିମ୍‌ କାର୍ଯ୍ୟ କରିବ ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସମୀର ମହାନ୍ତିଙ୍କ ଏହି ନୂଆ ଟିମ୍‌ରେ ଅଛନ୍ତି ୧୦ଜଣ ଉପସଭାପତି, ୯ଜଣ ସମ୍ପାଦକଙ୍କ ସମେତ ୫ ଜଣ ସାଧାରଣ ସମ୍ପାଦକ। ୭୫ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରହିଛନ୍ତି। ୩୦ଜଣଙ୍କୁ ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟଭାବେ ଗ୍ରହଣ କରାଯାଇଥିବା ବେଳେ ୧୬୧ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ରହିଛନ୍ତି।
ରାଜ୍ୟର ୧୦ଜଣ ନେତାଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି।

ଉପସଭାପତି: ସଙ୍ଗୀତା ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ବଳଭଦ୍ର ମାଝୀ, ଭାସ୍କର ମଢ଼େଇ, ନାଉରୀ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକେଶୀ ଓରାମ୍, ଭ୍ରୁଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା, ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ ।
ସାଧାରଣ ସମ୍ପାଦକ: ରବି ନାଏକ, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ।
ସାଧାରଣ ସମ୍ପାଦକ(ସଂଗଠନ): ମାନସ କୁମାର ମହାନ୍ତି
ସମ୍ପାଦକ: କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଅମର ନାୟକ, ଅଭିମନ୍ୟୁ ସେଠୀ, ନବୀନ ରାମ୍, ସୀମାଚଳ ଖଟେଇ, ପିଙ୍କି ପ୍ରଧାନ, ସିପ୍ରା ବାଜପେୟୀ, ଶର୍ମିଷ୍ଠା ମେହେର ।
କୋଷାଧ୍ୟକ୍ଷ: ସୁଦର୍ଶନ ଗୋୟଲ୍
ମୋର୍ଚ୍ଚା ସଭାପତି: ଇରାଶିଷ ଆଚାର୍ଯ୍ୟ(ଯୁବମୋର୍ଚ୍ଚା), ସ୍ମୃତି ପଟ୍ଟନାୟକ(ମହିଳା ମୋର୍ଚ୍ଚା), ପ୍ରଦୀପ ପୁରୋହିତ( କୃଷକ ମୋର୍ଚ୍ଚା), ବିଶ୍ୱେଶ୍ୱର ଟୁଡୁ(ଏସଟି ମୋର୍ଚ୍ଚା), ବିଭୁପ୍ରସାଦ ତରାଇ(ଏସସି ମୋର୍ଚ୍ଚା), ସିକନ୍ଦର ଅଲ୍ଲୀ (ସଂଖ୍ୟାଲଘୁ ମୋର୍ଚ୍ଚା) ।

ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ: ଦେବେନ୍ଦ୍ର ନନ୍ଦ

ରାଜ୍ୟ ମୁଖପାତ୍ର: ସୁଦୀପ୍ତ ରାୟ, ପୀତାମ୍ବର ଆଚାର୍ଯ୍ୟ, ଦିଲ୍ଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ୍ ମହାନ୍ତି, ବିରଞ୍ଚି ନାରାୟଣ ତ୍ରିପାଠୀ, ଧୀରେନ୍ ସେନାପତି, ସୋନାଲି ସାହୁ, ଠାକୁର ରଣଜିତ୍ ଦାସ, ଉମାକାନ୍ତ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *