ବିପଦରେ ବନ୍ଧୁ ବବି…

ବାରିପଦା: କୁହାଯାଏ, ବିପଦରେ ସାଥୀରେ ଥିବା ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଏମିତି କିଛି ବିପଦରେ ବନ୍ଧୁ ସାଜି ଚର୍ଚ୍ଚାରେ ଯାଜପୁର ବିଧାୟକ ତଥା ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) । ମହାମାରୀ ସାଙ୍ଗକୁ ମହାବାତ୍ୟାର ସଂକଟ ଥିଲା ଓଡ଼ିଶା ଉପରେ । ବିପଦରେ ପଡ଼ିଥିଲା ଉପକୂଳ ଓ ଉତ୍ତର ଓଡ଼ିଶା । ପୂରା ସରକାରୀ କଳ ଥିଲା ସଜାଗ । ତଥାପି ମହାବିପଦରେ ଲୋକଙ୍କ ପାଖରେ ପହଞ୍ଚିବାକୁ ବାହାରି ପଡ଼ିଥିଲେ ବବି ।

ମୟୂରଭଂଞ୍ଜ ଜିଲ୍ଲା ବିଜୁ ଜନତା ଦଳ ପର୍ଯ୍ୟବେକ୍ଷକ ତଥା ବିଜେଡ଼ି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମଙ୍ଗଳବାର ବାରିପଦାରେ ପହଞ୍ଚିଥିଲେ । ବାତ୍ୟା ଅମ୍ଫନ ପୂର୍ବଦିନ ବିଜୁ ଜନତା ଦଳ କର୍ମୀଙ୍କ ସହ ବୈଠକ କରି ବାତ୍ୟା ପ୍ରପିଡ଼ିତ ଲୋକଙ୍କ ପାଖରେ ପହଞ୍ଚି ସାହାଯ୍ୟର ହାତ ବଢାଇବା ପାଇଁ ଆହ୍ୱାନ ଦେଲେ । ୨୧ ତାରିଖ ଦିନ ଅମ୍ଫନ ପରବର୍ତ୍ତୀ କ୍ଷତିର ଆକଳନ ପାଇଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ୬ଟି ବ୍ଲକ ମୋରଡ଼ା, ରାସଗୋବିନ୍ଦପୁର, ବଡ଼ସାହି, ବେତନଟୀ ଗୋପବନ୍ଧୁନଗର, କପ୍ତିପଦା ବ୍ଲକରେ ବିଜୁ ଜନତା ଦଳ କର୍ମୀଙ୍କ ସହ ଆଲୋଚନା କରିବା ପାଇଁ ପହଞ୍ଚିଥିଲେ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ।
୨୧ ତାରିଖ ଦିନ ସକାଳ ୬ ଘଟିକା ସମୟରେ କପ୍ତିପଦା ବଜାର ସ୍ଥିତ ବିଜେଡ଼ି କାର୍ଯ୍ୟାଳୟରେ ପହଞ୍ଚି ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷେକ ବିଧାୟକ ଶ୍ରୀ ଦାସ ଦଳୀୟ କର୍ମୀଙ୍କ ସହ କପ୍ତିପଦା ବ୍ଲକରେ ହୋଇଥିବା କ୍ଷୟକ୍ଷତି ସମ୍ୱନ୍ଧରେ ଆଲୋଚନା କରିବା ସହ ଦଳୀୟ କର୍ମୀଙ୍କ ନେତୃମଠଳୀକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଲେ । ତତ୍‍ ପରେ ପର୍ଯ୍ୟବେକ୍ଷକ ଶ୍ରୀ ଦାସ ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ପଶୁଦା ଠାରେ ପହଞ୍ଚି ଗୋପବନ୍ଧୁନଗର ବ୍ଲକର ବାତ୍ୟା ପରବର୍ତ୍ତୀ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ପର୍ଯ୍ୟବେକ୍ଷକ ଶ୍ରୀ ଦାସ ବାତ୍ୟା ସମୟରେ ଦଳ ତରଫରୁ ବଣ୍ଟନ କରାଯାଇଥିବା ଶୁଖିଲା ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନର ସମୀକ୍ଷା କରିଥିଲେ ଏବଂ ଯେଉଁ ମାନଙ୍କର କ୍ଷୟକ୍ଷତି
ହୋଇଥିବ ତୁରନ୍ତ ସେମାନଙ୍କ ପାଖରେ ପହଞ୍ଚିବା ପାଇଁ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସକାଳ ୭ ଘଟିକା ୩୦ ମିନିଟ୍‍ ସମୟରେ ପର୍ଯ୍ୟବେକ୍ଷକ ପହଞ୍ଚିଲେ ବଡ଼ସାହି ଗାନ୍ଧୀଛକ ଠାରେ ମହାତ୍ମାଗାନ୍ଧୀଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ପର୍ଯ୍ୟବେକ୍ଷକ ଶ୍ରୀ ଦାସ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗାନ୍ଧୀ ଛକ ଠାରେ ଦଳୀୟ ନେତୃମଣ୍ଡଳୀଙ୍କ ସହ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ବାବଦରେ
ଆଲୋଚନା କରିବା ସହ ଲୋକଙ୍କର ଦୁଃଖରେ ସମଦୁଃଖି ହେବା ପାଇଁ ଆହ୍ୱାନ ଦେଇଥିଲେ ।
ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କର ଏଭଳି ତ୍ୱରିତ ପଦକ୍ଷେପ ପାଇଁ ବଡସାହି ବାସୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ପର୍ଯ୍ୟବେକ୍ଷକ ଶ୍ରୀ ଦାସ ସକାଳ ୮
ଘଟିକା ୩୦ ମିନିଟ ସମୟରେ ବେତନଟୀ ବ୍ଲକ୍‍ର ବେତନଟୀ ଠାରେ ପହଞ୍ଚି ଦଳୀୟ ନେତୃମଣ୍ଡଳୀଙ୍କ ସହ ବାତ୍ୟା ପୂର୍ବରୁ ବଣ୍ଟନ କରାଯାଇଥିବା ଶୁଖିଲା ଖାଦ୍ୟ ବାବଦରେ ଏବଂ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ବାବଦରେ କର୍ମୀଙ୍କ ଠାରୁ ଶୁଣି ବୁଝିଥିଲେ ଏବଂ ଲୋକଙ୍କ ସାଙ୍ଗରେ ଛିଡ଼ା ହେବା ପାଇଁ କହିଥିଲେ ।
ଙବୱର ୨ ଚ୍ଛଳ ୨ ଏହା ପରେ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ମୋରଡ଼ା ନିର୍ବାଚନ ମଠଳୀ ଅନ୍ତର୍ଗତ ମୋରଡ଼ା
ବ୍ଲକ୍‍ର ଚିତ୍ରଡା ଠାରେ ପହଞ୍ଚି କର୍ମୀଙ୍କ ସହ ବାତ୍ୟା ପରବର୍ତ୍ତୀ ସମୀକ୍ଷା କରିବା ସହ ଅସହାୟ, ଗରିବଙ୍କ ପାଖରେ ବିଜୁ ଜନତା ଦଳର କର୍ମୀମାନେ ସଦା ସର୍ବଦା ସହାୟତାର ହାତ ବଢାଇବା ପାଇଁ ଆହ୍ୱାନ କରିଥିଲେ । ପରିଶେଷରେ ପ୍ରଣବ ରାସଗୋବିନ୍ଦପୁର ବ୍ଲକ୍‍ ଅନ୍ତର୍ଗତ ରାସଗୋବିନ୍ଦପୁର ଠାରେ ପହଞ୍ଚି ବିଜୁ ଜନତା ଦଳର କର୍ମୀ ଲୋକଙ୍କ ପାଖରେ ସଦା ସର୍ବଦା ପହଞ୍ଚିବା ପାଇଁ ନିର୍ଦେଶ ଦେବା ସହ ବାତ୍ୟା ପରବର୍ତ୍ତୀ ଲୋକଙ୍କର ଦୁର୍ଦ୍ଦଶାରେ ସମଦୁଃଖି ହେବାପାଇଁ ଆହ୍ୱାନ ଦେଇଥିଲେ ।
ପ୍ରଣବଙ୍କର ଏଭଳି ତୁଫାନି ଗସ୍ତକୁ ଜିଲ୍ଲାବାସୀ ସ୍ୱାଗତ କରିବା ସହ ଅନ୍ୟାନ୍ୟ ଦଳ ବାତ୍ୟା ପୂର୍ବରୁ କିମ୍ୱା ପରେ ଲୋକଙ୍କ ପାଖରେ ପହଞ୍ଚିବାର କୌଣସି ପ୍ରୟାସ ନକରିଥିବା ବେଳେ ବିଜୁ ଜନତା ଦଳ ଏକମାତ୍ର ଦଳ ଯିଏ ବାତ୍ୟା ପୂର୍ବରୁ ଏବଂ ପରେ
ମଧ୍ୟ ସିଧା ସଳଖ ଲୋକଙ୍କ ପାଖରେ ପହଞ୍ଚିବାର ପ୍ରୟାସ କରିଛି । ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ସମସ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ସମୟରେ ଦଳୀୟ ନେତୃମଣ୍ଡଳୀ ଏବଂ କର୍ମୀ ମାନେ କିଭଳି ଭାବେ ସାଧାରଣ ଲୋକଙ୍କ ପାଖରେ ଠିଆ ହେବେ ସେ ବାବଦରେ ବିସ୍ତୃତ ଆଲୋଚନା କରିବା ସହ ଲୋକଙ୍କର ସମସ୍ୟା ବିଜୁ ଜନତା ଦଳର ସମସ୍ୟା ବୋଲି ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ କହିଥିଲେ । ପ୍ରଣବ ପ୍ରକାଶ ଦାସ ଙ୍କର ନେତୃତ୍ୟ ଏବଂ ପ୍ରତକ୍ଷ୍ୟ ତତ୍ୱାବଧାନରେ ବାତ୍ୟା ସମୟରେ ୬ ଟି ବ୍ଲକ୍‍ରେ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବିଜୁ ଜନତା ଦଳର
କର୍ମୀଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା ।
ଏହାସହ ଖାଲି ଯାଜପୁର କି ମୟୂରଭଞ୍ଜ ନୁହେଁ ପ୍ରଣବ ବାତ୍ୟାର ସ୍ଥିତି ସମୀକ୍ଷା ନିମନ୍ତେ ଭଦ୍ରକ ଧାମରାରେ ମଧ୍ୟ ପହଞ୍ଚିଥିଲେ।
ବାତ୍ୟାର କ୍ଷୟକ୍ଷତି ଆକଳନ କରିବା ସହ ତୁରନ୍ତ ସାହାଯ୍ୟ ଯୋଗାଇବା ପାଇଁ କର୍ମୀମାନଙ୍କୁ ପ୍ରଣବ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *