କରୋନା ନେଲା ଦେଶର ପ୍ରଥମ ଜନ ପ୍ରତିନିଧିଙ୍କ ଜୀବନ

ଚେନ୍ନାଇ: ଦେଶରେ ମାରାତ୍ମକ ହୋଇ ଚାଲିଛି କରୋନା ଭାଇରସ । ଦେଶର ଅନେକ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢିବାରେ ଲାଗିଛି । ତେବେ ପ୍ରଥମ ଜନପ୍ରତିନିଧି ଭାବେ ତାମିଲନାଡୁର ଡିଏମକେ ବିଧାୟକ ଆନବାଜାହଙ୍ଗନ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ।

ସୂଚନା ମୁତାବକ, ବୁଧବାର ଦିନ ସକାଳେ ତାଙ୍କର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ତାଙ୍କୁ ୬୨ ବର୍ଷ ହୋଇଥିଲା ।
ଜୁନ୍ ୨ ତାରିଖରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ତାଙ୍କ ଟେଷ୍ଟ ରିପୋର୍ଟ କୋରନା ପଜିଟିଭ ଆସିଥିଲା | ପୂର୍ବରୁ ନିମୋନିଆ ସହ ସେ ଆନବାଜାହଙ୍ଗନ ହୃଦରୋଗରେ ପୀଡିତ ଥିଲେ ।

ଆଜି ସକାଳେ ତାଙ୍କର ସ୍ୱାସ୍ଥ୍ୟ  ନିମୋନିଆ ଓ କୋରନା ଯୋଗଁ ଅଧିକ ଖରାପ ହୋଇଥିଲା । ସମସ୍ତ ଚେଷ୍ଟା ସତ୍ୱେ ତାଙ୍କୁ ବଂଚଯାଇ ପାରିନଥିଲା । ବିଧାୟକ ଆନବାଜାହନଙ୍ଗଙ୍କ ମୃତ୍ୟୁରେ ତାମିଲନାଡୁରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *