ଶାହାଙ୍କ ଜନ ସମ୍ବାଦ: ଓଡ଼ିଶାର ବିକାଶ ଲାଗି ମୋଦି ସରକାର ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର: ଓଡିଶାକୁ ବିକଶିତ ରାଜ୍ୟ କରିବା ଦିଗରେ ପ୍ରତିଶ୍ରୁତି ବଦ୍ଧ କେନ୍ଦ୍ର ସରକାର । ନିଜର ପ୍ରତିଶୃତି ପାଳନ ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କରିୁଛନ୍ତି । କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କର ୨ୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ଭର୍ଚୁଆଲ ର‌୍ୟାଲିରେ ଉଦବୋଧନ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏଭଳି କହିଛନ୍ତି।

ଏହି ଭର୍ଚୁଆଲ ରାଲି ଜରିଆରେ ଶାହା ରାଜ୍ୟ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଗତ କିଛି ବର୍ଷ ହେବ ମୋଦି ସରକାର କିଭଳି ଓଡିଶା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି, ତାର ହିସାବ ଦେଇଛନ୍ତି ଅମିତ ଶାହା । ଏହି ହିସାବ କିତାବ ଭିତରେ ସାମିଲ ଥିଲା ବିଜେପିର ଭୋଟ ବ୍ୟାଙ୍କ କଥା ଆଉ ରାଜ୍ୟରେ ବିଜେପିର ପ୍ରଦର୍ଶନର ତମାମ ତଥ୍ୟ ।

କେନ୍ଦ୍ର ଓ ରାଜ୍ୟ କିଭଳି ମିଳିତ ଭାବେ କାର୍ଯ୍ୟ କରିଛନ୍ତି, ତାକୁ ମଧ୍ୟ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବାକୁ ହେବ ଯେପରିକି କୌଣସି ଶ୍ରମିକଙ୍କୁ କାମ ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ । ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦି ସରକାର କାମ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ଶାହା ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ଲାଗି ମୋଦୀ ସରକାର ପ୍ରତିଶ୍ରୁତି ବଦ୍ଧ ଅଛନ୍ତି ।ଏହି ସରକାର ୬ବର୍ଷ ମଧ୍ୟରେ ସବୁ ବର୍ଗ ପାଇଁ କାମ କରିଛି ବୋଲି ଶାହା କହିଛନ୍ତି । ସେ ଏହି ଅବସରରେ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର, ରାମମନ୍ଦିର ନିର୍ମାଣ, ନାଗରିକତା (ସଂଶୋଧନ) ଆଇନ ପ୍ରୟଣନ କ୍ଷେତ୍ରରେ ସରକାରଙ୍କ ସଫଳତା କଥା ବଖାଣିଛନ୍ତି ।

କରୋନା ବିରୋଧରେ ଲଢ଼େଇରେ ସରକାର ଦେଶବାସୀଙ୍କ ସହ ଅଛନ୍ତି । ଆମ ଦେଶ କରୋନା ଲଢ଼େଇରେ ଅନ୍ୟ ଦେଶ ତୁଳନାରେ ଭଲ ସ୍ଥିତିରେ ରହିଥିବା ସେ କହିଛନ୍ତି । ବିଜେପିର ଭର୍ଚୁଆଲ ରାଲିରେ ଶାହା ମୋଦି ସରକାରଙ୍କ ସଫଳତାର ଲମ୍ବା ଚିଠା ଉପସ୍ଥାପନା କରିଛନ୍ତି ।

Leave a Reply

Your email address will not be published. Required fields are marked *