“ଏସସି ବି ସମ୍ପ୍ରସାରଣ ଓ ଉନ୍ନତି କାର୍ଯ୍ୟ ଅଗ୍ରଗତି ନିମନ୍ତେ ଜିଲ୍ଲାପାଳଙ୍କ ସୂଚନା”।

କଟକ: ଜିଲ୍ଲାରେ ଚାଲୁଥିବା କୋଭିଡ-୧୯ ମୁକାବିଲା ନିମନ୍ତେ ସ୍ଥଗିତ ଥିବା ଏସ ସି ବି ମେଡିକାଲ ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ ପାର୍ଶ୍ଵ ରାସ୍ତା ଗୁଡ଼ିକୁ ଅବରୋଧ ମୁକ୍ତ କରି ୩ ଲାଇନ (ଉଭୟ ପାର୍ଶ୍ୱ)ବିଶିଷ୍ଟ କାର୍ଯ୍ୟ କୁ ପୁନଃ ଆରମ୍ଭ କରାଯିବା ନେଇ ଆଜି ପୂର୍ତ୍ତ ବିଭାଗର ସଚିବ ଡଃ କିଶନ କୁମାର କଟକ ଗସ୍ତରେ ଆସ DCି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ଅନୀଲ କୁମାର ସାମଲ ଓ ଜିଲ୍ଳାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ଓ ସି ଏମ ସି କମିଶନର ଅନନ୍ୟା ଦାସଙ୍କ ସହିତ ଏକ ବୈଠକ କରିଥିଲେ। ଏହି ବୈଠକରେ ବିସ୍ତୃତ ଆଲୋଚନା କରି ଅବରୋଧ ଥିବା ସ୍ଥାନ ଗୁଡିକ ମୁକ୍ତ କରିବା ତଥା ଆବଶ୍ୟକ ଥିବା ସରକାରୀ ବାସଗୃହ ଗୁଡ଼ିକୁ ଖାଲି କରାଇବା ଓ ଥଇଥାନ ବ୍ୟବସ୍ଥା ସହ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତିକରଣ ଆଦି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ସହ ଶୀଘ୍ର ଏ ସମସ୍ତ କାର୍ଯ୍ୟ ଆରମ୍ଭ କରିବା ପାଇଁ କହିଥିଲେ ବୋଲି ଜିଲ୍ଲାପାଳ ଗଣମାଧ୍ୟମ ଙ୍କୁ ସୂଚନା ଦେଇଛନ୍ତି।ଏହି ପ୍ରରିପେକ୍ଷିରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଏବଂ ଜିଲ୍ଲାପାଳ ସେହି ସବୁ ସ୍ଥାନ ଗୁଡ଼ିକୁ ପୁନଃ ପରିଦର୍ଶନରେ ସଦର ଉପଜିଲ୍ଲାପାଳ,ଅଧିକ୍ଷଣ ଯନ୍ତ୍ରୀ,ନିର୍ବାହୀ ଯନ୍ତ୍ରୀଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସହ ଯାଇ ସ୍ଥିତି ପରଖିବା ପରେ ଆଗାମୀ ଏକ ସପ୍ତାହ ମଧ୍ୟରେ ଏ ସମସ୍ତ କାର୍ଯ୍ୟର ଅଗ୍ରଗତି ହେବା ନେଇ ସୂଚନା ଦେବା ସହ ୬୦୦ରୁ ଉର୍ଦ୍ଧ ଥଇଥାନ ହୋଇଥିବା ବେଳେ ଆସନ୍ତା ଏକ ସପ୍ତାହ ମଧ୍ୟରେ ଆଉ ୧୫୦ ଜଣଙ୍କୁ ଥଇଥାନ କରାଯିବ ବୋଲି କହିଥିଲେ।ଜିଲ୍ଲାରେ କୋଭିଡ-୧୯ ମୁକାବିଲା ହେତୁ ଏହି କାର୍ଯ୍ୟ ବିଳମ୍ବିତ ହୋଇଛିବୋଲି ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *