ଆଜି ଶାହାଙ୍କ ଭର୍ଚୁଆଲ ରାଲି

ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷ ପୁର୍ତ୍ତି ଅବସରରେ ଆଜି ଅପରାହ୍ନ ୩ଟା ୩୦ ରେ ଗୃହମନ୍ତ୍ରୀ ଅମିତ ଶାହା ଭର୍ଚୁଆଲ ରାଲି ଦ୍ୱାରା ଓଡିଶାବାସୀଙ୍କୁ ସମ୍ବୋଧିତ କରିବେ ।
ରାଜ୍ୟବାସୀ ବିଜେପି ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୟୁଟୁବ ମାଧ୍ୟମରେ ଏହି ରାଲିରେ ସାମିଲ ହୋଇପାରିବେ। ଏଥିରେ ୧ ଲକ୍ଷରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତାଙ୍କୁ ଯୋଡିବାକୁ ଲକ୍ଷ୍ୟ ରଖାଯାଇଛି ।
ମୋଦି ସରକାର ବିଭିନ୍ନ କ୍ଷେତ୍ରରେ ଓଡିଶା ଏବଂ ଓଡ଼ିଆ ଭାଇଭଉଣୀଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି। ବିଗତ ୧ ବର୍ଷରେ ଓଡ଼ିଆଙ୍କ ବିକାଶ, ସମ୍ମାନ, ଦୁର୍ବିପାକ ମୁକବିଲାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ସଫଳତା ବିଷୟରେ ଲୋକଙ୍କୁ ଅବଗତ କରାଇବା ନିମନ୍ତେ ଏହି ଭର୍ଚୁଆଲ ଆୟୋଜନ କରାଯାଉଥିବା କହିଛନ୍ତି ଓଡ଼ିଶା ବିଜେପି ସଭାପତି ସମୀର ମହାନ୍ତି।

Leave a Reply

Your email address will not be published. Required fields are marked *